32.1 C
Bhubaneswar
Wednesday, October 16, 2024
Homeଓଡିଶାଶ୍ରୀଜିଉଙ୍କ କାର୍ତ୍ତିକ ମାସ ବାଳଧୂପ ନୀତି ନିର୍ଘଣ୍ଟ

ଶ୍ରୀଜିଉଙ୍କ କାର୍ତ୍ତିକ ମାସ ବାଳଧୂପ ନୀତି ନିର୍ଘଣ୍ଟ

ପୁରୀ :  ଆସନ୍ତାକାଲିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ କାର୍ତ୍ତିକ ନୀତି । ଆଶ୍ଵିନ ଶୁକ୍ଳପକ୍ଷ ଏକାଦଶୀ ତିଥିଠାରୁ ଶ୍ରୀମନ୍ଦିରରେ ମହାକାର୍ତ୍ତିକ ନୀତିର ଶୁଭାରମ୍ଭ ହେବ । ଏହି ଅବସରରେ ଶ୍ରୀବିଗ୍ରହଙ୍କୁ ରାଧାଦାମୋଦର ବେଶରେ ସଜ୍ଜିତ କରାଯିବ । ମାସେକାଳ ପ୍ରତିଦିନ ଏହି ବେଶ ହେବ । ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ତ୍ରିକଚ୍ଛ ପରିଧାନ କରାଯାଇ ଶ୍ରୀଭୂଜରେ ସୁବର୍ଣ୍ଣ ନଳୀ ଲାଗି କରାଯିବ । ବାଉଁଶପାତିଆ ଓ କନାରେ ପ୍ରସ୍ତୁତ ଚୂଳ ଓ ଚନ୍ଦ୍ରିକା ମହାପ୍ରଭୁଙ୍କ ତ୍ରିମୁଣ୍ଡିରେ ଶୋଭାପାଇବ।ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ତ୍ରିକଚ୍ଛ ପରିଧାନ କରାଯାଇ ଶ୍ରୀଭୂଜରେ ସୁବର୍ଣ୍ଣ ନଳୀ ଲାଗି କରାଯିବ ।ଏନେଇ ପୂର୍ବରୁ ଅନୁଷ୍ଠିତ ହୋଇଥିବା ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ନୀତିକାନ୍ତିକୁ ଚୂଡାନ୍ତ କରାଯାଇଛି  l

୧) ଦ୍ୱାର ଫିଟା – ରାତ୍ର ୪.୦୦
୨) ଭିତର ଶୋଧ – ୪.୩୦
୩)ମଙ୍ଗଳ ଆଳତୀ – ୫.୦୦
୪) ମଇଳମ ଓ ତଡ଼ପ ଲାଗି – ୫.୩୦
୫) ଅବକାଶ – ୬.୧୫
୬) ରାଧା ଦାମୋଦର ବେଶ – ୬.୩୦ ରୁ ୭. ୩୦
୭) ରୋଷହୋମ – ୭.୦୦
୮) ସୂର୍ଯ୍ୟ ପୂଜା – ୭.୧୫
୯)ଦ୍ୱାରପାଳ ପୂଜା – ୭.୩୦
୧୦) ଗୋପାଳବଲ୍ଲଭ – ୮.୦୦
୧୧) ସକାଳ ଧୂପ(କେବଳ କୋଠଭୋଗ) – ୮.୩୦ ରୁ ୯.୩୦
୧୨) ବାଳଧୂପ – ୧୦.୦୦ ରୁ ୧୦.୩୦
୧୩) ଭୋଗମଣ୍ଡପ ଉଠିବା – ୧୦.୧୦
୧୪) ମଇଲମ ଓ ବେଶ – ୧୦.୪୫ ରୁ ୧୧.୩୦
୧୫) ଭୋଗମଣ୍ଡପ ଶେଷ – ୧୨.୦୦
୧୬) ମଧ୍ୟାହ୍ନ ଧୂପ ( କବଳ କୋଠଭୋଗ) – ୧୨.୩୦ରୁ ୧.୩୦
୧୭) ଦ୍ୱିତୀୟ ଭୋଗ ମଣ୍ଡପ – ୧.୧୦ ରୁ ୨.୩୦
୧୮) ଦକ୍ଷିଣିଘର ଭୋଗ – ୨.୦୦
୧୯) ମଇଲମ, ବେଶ – ୩.୦୦
୨୦) ଦିବା ପହୁଡ – ୩. ୩୦
୨୧) ଦ୍ୱାର ଫିଟା – ୫ .୩୦
୨୨) ସନ୍ଧ୍ୟା ଆଳତୀ – ୬.୦୦
୨୩) ମଇଲମ, ବେଶ – ୬.୦୫ ରୁ ୬.୫୦
୨୪) ସନ୍ଧ୍ୟା ଧୂପ ( କବଳ କୋଠଭୋଗ) – ୭.୨୦ ରୁ ୯.୦୦
୨୫) ମଇଲମ – ୯.୩୦
୨୬) ଚନ୍ଦନ ଲାଗି – ୧୦.୦୦
୨୭) ବଡ଼ସିହାଂର ବେଶ – ୧୧.୦୦
୨୮) ବଡ଼ସିହାଂର ଭୋଗ – ୧୧.୩୦
୨୯) ରାତ୍ର ପହୁଡ଼ – ୧୨.୦୦

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking