17.1 C
Bhubaneswar
Monday, November 25, 2024
Homeଓଡିଶାଆଜି ପଦ୍ମବେଶରେ ଦର୍ଶନ ଦେବେ ଶ୍ରୀଜୀଉ

ଆଜି ପଦ୍ମବେଶରେ ଦର୍ଶନ ଦେବେ ଶ୍ରୀଜୀଉ

ପୁରୀ: ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀମାଘ ମାସର ଅମାବାସ୍ୟା ଠାରୁ ଶ୍ରୀପଞ୍ଚମୀ ମଧ୍ୟରେ ବୁଧବାର ବା ଶନିବାର ପଡିଲେ ଏହି ବେଶ ଅନୁଷ୍ଠିତ ହୋଇଥାଏ । ତେଣୁ ଆଜି ପ୍ରଥମେ ବୁଧବାର ପଡୁଥିବାରୁ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତି ପଦ୍ମବେଶରେ ସଜ୍ଜିତ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ । ସେଥିପାଇଁ ପ୍ରସ୍ତୁତି ଶେଷ ହୋଇଛି । ପରମ୍ପରା ଅନୁଯାୟୀ,ବଡଛତା ମଠ ପକ୍ଷରୁ ଏହି ବେଶ ପାଇଁ ଆବଶ୍ୟକ ଦ୍ରବ୍ୟ ଯୋଗାଇଥାନ୍ତି । ପଦ୍ମବେଶରେ ମହାପ୍ରଭୁ ସୋଲରେ ନିର୍ମିତ ଶ୍ରୀମୁଖ ପଦ୍ମ,ହଂସ,ଚୂଳ,କଦମ୍ବଫୁଲରେ ସଜ୍ଜିତ ହେବେ । ଏହି ଦୁଲର୍ଭ ବେଶ ବୁଧବାର ମହାପ୍ରଭୁଙ୍କ ବଡସିଂହାର ବେଶ ପରେ ଅନୁଷ୍ଠିତ ହେବ । ଏହିବେଶକୁ ବିଳମ୍ବିତ ରାତ୍ରପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ଦର୍ଶନ କରିବାର ସୁଯୋଗ ଲାଭ କରିପାରିବେ । ଅନ୍ୟପକ୍ଷରେ ଗୁରୁବାର ସକାଳେ ମଧ୍ୟ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଏହି ଦୁଲର୍ଭ ବେଶକୁ ଦର୍ଶନ କରିପାରିବେ । ସେଥିପାଇଁ ଚଳଚଞ୍ଚଳ ହୋଇପଡିଛି ଶ୍ରୀମନ୍ଦିର । ଏହି ବେଶକୁ ନେଇ କଥିତ ରହିଛି ମନୋହର ଦାସ ନାମକ ଜଣେ ଭକ୍ତ ବହୁଦୂରରୁ ଚାଲିଚାଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ଲାଗି ଆସୁଥିଲେ । ଆସୁ ଆସୁ ଦିନେତାଙ୍କୁ ଶୋଷ ହେଲା ।

ରାସ୍ତାପାଶ୍ୱସ୍ତ ଏକ ପୋଖରୀରେ ପାଣି ପିଉଥିଲେ । ଶୀତଦିନ ହୋଇଥିବାରୁ ଉକ୍ତ ପୋଖରୀରେ ପଦ୍ମଫୁଲ ଫୁଟିଥିବା ଦେଖିବାକୁ ପାଇଥିଲେ । ସେହି ଫୁଲକୁ ସେ ମହାପ୍ରଭୁଙ୍କ ପାଇଁ ନେବାପାଇଁ ତୋଳି ଏକ ଗାମୁଛାରେ ବାନ୍ଧି ଶ୍ରୀକ୍ଷେତ୍ରକୁ ଆସିଥିଲେ । ପରେ ସେ ଶ୍ରୀମନ୍ଦିରର ସିଂହଦ୍ୱାରରେ ମହାପ୍ରଭୁଙ୍କୁ ପ୍ରଥମେପ୍ରଣାମ କରିଥିଲେ । ପରେ ସାଙ୍ଗରେ ଆଣିଥିବାପଦ୍ମଫୁଲକୁସେବାୟତଙ୍କୁ ଗରୁଡସ୍ତମ୍ଭ ନିକଟରେ ପ୍ରଦାନ କରି କହିଥିଲେ ଏହାକୁ ମହାପ୍ରଭୁଙ୍କ ନିକଟରେ ଲାଗି କରିଦେବା ପାଇଁ । ହେଲେ ସେହିଫୁଲମଉଳିଯାଇଥିବାରୁ ସେବାୟତମାନେ ସେହି ଫୁଲକୁ ସେଠାରେ ଫୋଫାଡି ଦେଇ ଥିଲେ ।

ପରେମନୋହର ସେହି ଫୁଲକୁ ଗାମୁଛାରେ ବାନ୍ଧି କାନ୍ଦି କାନ୍ଦି ହୋଇ ବଡ ଛତା ମଠଠାରେମହାପ୍ରଭୁଙ୍କୁ ସ୍ମରଣ କରି ଚେତାଶୁନ୍ୟ ହୋଇପଡିଥିଲେ । ଏନେଇ ମହାପ୍ରଭୁ ଗଜପତି ମହାରାଜାଙ୍କୁ ସ୍ୱପ୍ନା ଦେଶ କରିବା ସହ ସେହି ଫୁଲକୁ ବଡସିଂହାରବେଶପରେମୋ’ଠାରେ ଲାଗି କରିବାକୁ ନିର୍ଦେଶ ଦେବା ସହ ମୋର ପ୍ରିୟ ଭକ୍ତଙ୍କ ବଡଛତା ମଠରେ ଅଚେତ ଅବସ୍ଥାରେ ପଡିରହିଛି । ତେଣୁ ତାକୁଉଦ୍ଧାରକରିଖିରିଖାଇବାକୁଦେବବୋଲି ମହାପ୍ରଭୁ ନିର୍ଦେଶ ଦେଇଥିଲେ । ଫଳରେ ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ମହାପ୍ରଭୁଙ୍କୁ ଏହି ପର୍ବରେ ପଦ୍ମବେଶରେ ସଜ୍ଜିତ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking