20.1 C
Bhubaneswar
Sunday, November 17, 2024
Homeଓଡିଶାଶ୍ରୀଲୋକନାଥ ମନ୍ଦିର ମାଷ୍ଟର ପ୍ଲାନ୍ ପ୍ରସ୍ତୁତ; ବିକାଶ ପାଇଁ ୨୮ କୋଟି ଖର୍ଚ୍ଚ ଅଟ୍ଟକଳ

ଶ୍ରୀଲୋକନାଥ ମନ୍ଦିର ମାଷ୍ଟର ପ୍ଲାନ୍ ପ୍ରସ୍ତୁତ; ବିକାଶ ପାଇଁ ୨୮ କୋଟି ଖର୍ଚ୍ଚ ଅଟ୍ଟକଳ

ଭୁବନେଶ୍ୱର: ଶ୍ରୀଲୋକନାଥ ମନ୍ଦିର ମାଷ୍ଟର ପ୍ଲାନ୍ ପ୍ରସ୍ତୁତ ହୋଇଛି । ମନ୍ଦିର ଓ ପାରିପା୍‌ଶ୍ୱିର୍କ ଅଞ୍ଚଳର ବିକାଶ ପାଇଁ ବ୍ୟୟ ହେବ ୨୮ କୋଟି । ୧୪ ଏକର ପରିମିତ ଅଞ୍ଚଳରେ ପୀଠର ହେବ ବିକାଶ । ଏନେଇ ଜମି ଅଧିଗ୍ରହଣ ନେଇ କୌଣସି ସମସ୍ୟା ସୃଷ୍ଟି ହୋଇନାହିଁ । ତେଣୁ ଧାର୍ଯ୍ୟ ସମୟ ଭିତରେ ପୀଠର ବିକାଶ କାର୍ଯ୍ୟ ଅଗ୍ରାଧିକାର ଭିତିରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଶୁକ୍ରବାର ଏକ ବୈଷୟିକ ଟିମ୍ ମନ୍ଦିର ସହ ତତ୍‌ସଂଲଗ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି । ଏଥିରେ ରାଜସ୍ୱ ବିଭାଗ ପକ୍ଷରୁ ତହସିଲ୍‌ଦାର, ଆର୍‌ଆଇଙ୍କ ସମେତ ଓବିସିସି ଓ ଡିକାଦାର ସଂସ୍ଥା ସାମିଲ ଅଛନ୍ତି । ନିଷ୍ପତ୍ତି ଅନୁସାରେ ମନ୍ଦିର ଚତୁଃପାଶ୍ୱର୍ରେ ୬ ମିଟରର ଉସାରର ପାଦଚଲା ରାସ୍ତା ନିର୍ମାଣ ହେବ । ଜାଗର ପଡ଼ିଆର ବିକାଶ ସହିତ ପାର୍ବତୀ ସାଗରର ସୌନ୍ଦର୍ଯ୍ୟକରଣ କରାଯିବ ।

ପ୍ରବେଶ ପଥକୁ ଚଉଡ଼ା କରାଯିବ । ବାହାରୁ ଦର୍ଶନ ପାଇଁ ୬ଟି ଧାଡ଼ି ବ୍ୟବସ୍ଥା କରାଯିବ । ବିଶେଷକରି ଜାଗର, ପଙ୍କୋଦ୍ଧାର ଏକାଦଶୀ, ଶ୍ରାବଣ ସୋମବାର ଭଳି ଦିନରେ ଭିଡ଼ ନିୟନ୍ତ୍ରଣ ପାଇଁ ଜରୁରୀ ପଦକ୍ଷେପ ଗ୍ରହଣ କରାଯିବ । ସେହିପରି ଚାରିଚକିଆ ଓ ଦୁଇ ଚକିଆ ଗାଡ଼ି ପାର୍କିଂ ପାଇଁ ଖାଲି ଜାଗାର ଚିହ୍ନଟ ସହ ବିଶ୍ରାମଗୃହ, ସେବା କେନ୍ଦ୍ର ହେବ । ଭେଣ୍ଡିଂଜୋନ୍ ଓ ଶୌଚାଳୟ ଆଦିର ନିର୍ମାଣ ବି ହେବ । ଜଳ ନିଷ୍କାସନ ନେଇ ସ୍ୱତନ୍ତ୍ର ଡ୍ରେନେଜ ବ୍ୟବସ୍ଥା ରହିବ । ତେବେ ଭକ୍ତ ଶ୍ରଦ୍ଧାଳୁଙ୍କ ଆନୁସଙ୍ଗିକ ମୌଳିକ ସମସ୍ୟାର ସ୍ଥାୟୀ ସମାଧାନ ନେଇ ଜଏଣ୍ଟ ସର୍ଭେ କରାଯାଇଛି । ଶ୍ରୀକ୍ଷେତ୍ର ପୁରୀ ଐତିହ୍ୟ କରିଡୋର ଭଳି ଶ୍ରୀଲୋକନାଥ ମନ୍ଦିର ବିକାଶ କାର୍ଯ୍ୟ ଧାର୍ଯ୍ୟ ସମୟରେ ଶେଷ ହେବ ବୋଲି ୫ଟି ସଚିବ ଭିକେ ପାଣ୍ଡିଆନ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking