ନୂଆଦିଲ୍ଲୀ: ଟି – ୨୦ ବିଶ୍ୱକପ ୨୦୨୬ ପାଇଁ ଦଳ ଘୋଷଣା କରିଛି ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ । ଅଲରାଉଣ୍ଡର ଦାସୁନ୍ ଶାନକାଙ୍କ ଅଧିନାୟକତ୍ୱରେ କାମିନ୍ଦୁ ମେଣ୍ଡିସ୍ଙ୍କୁ ଏହି ଦଳରେ ସାମିଲ କରାଯାଇଛି । ବହୁତ ଦିନ ଧରି ଫର୍ମରେ ନଥିବା ଷ୍ଟର୍ ଖେଳାଳି ଧନଞ୍ଜୟ ଡି ସିଲଭାଙ୍କୁ ବାଦ ଦିଆଯାଇଛି । ତାଙ୍କ ସ୍ଥାନରେ କାମିଣ୍ଡୁ ମେଣ୍ଡିସ୍ଙ୍କୁ ଦଳରେ ସାମିଲ୍ କରାଯାଇଛି । ଶ୍ରୀଲଙ୍କା ଭାରତ ସହିତ ୨୦୨୬ ଟି-୨୦ ବିଶ୍ୱକପ ସହ – ଆୟୋଜନ କରୁଛି । ଏହି ଟୁର୍ଣ୍ଣାମେଣ୍ଟ ଫେବୃଆରୀ ୭ ତାରିଖରେ ଆରମ୍ଭ ହେବ । ଶ୍ରୀଲଙ୍କାର ପ୍ରଥମ ମ୍ୟାଚ୍ ଫେବୃଆରୀ ୮ ତାରିଖରେ ହେବ । ଶ୍ରୀଲଙ୍କା ୨୦୧୪ରେ ଫାଇନାଲରେ ଭାରତକୁ ପରାସ୍ତ କରି ତାର ଏକମାତ୍ର ଟି ୨୦ ବିଶ୍ୱକପ ଟାଇଟାଲ ଜିତିଥିଲା ।
ଶ୍ରୀଲଙ୍କାର ଦଳ: ଦାସୁନ୍ ଶାନାକା (ଅଧିନାୟକ), ପୃଥମ୍ ନିସଙ୍କା, କାମିଲ ମିଶ୍ର, କୁସାଲ ମେଣ୍ଡିସ୍, କାମିଣ୍ଡୁ ମେଣ୍ଡିସ୍, କୁସାଲ ପେରେରା, ଚାରିଥ ଆସାଲଙ୍କା, ଜାନିଥ ଲିୟାନେଜ୍, ପୱନ ରତ୍ନାୟାକେ, ୱାନିଣ୍ଡୁ ହାସରାଙ୍ଗା, ଡୁନିଥ ୱେଲାଲେଜ, ମହେଶ ଥେକ୍ସାନା, ଦୁଷ୍ମାନଥା ଚାମିରା, ମାଥେଶା ପାଥିରାନା, ଇଶାନ ମାଲିଙ୍ଗା
ଶ୍ରୀଲଙ୍କା ଦଳର କାର୍ଯ୍ୟସୂଚୀ
- ଫେବୃଆରୀ ୮: କଲମ୍ବୋରେ ଆୟରଲ୍ୟାଣ୍ଡ ବିପକ୍ଷରେ
- ଫେବୃଆରୀ ୧୨: ବନାମ ଓମାନ – ପାଲଲେକେଲେ
- ଫେବୃଆରୀ ୧୬: ଅଷ୍ଟ୍ରେଲିଆ ବିରୋଧରେ – ପାଲେକେଲ
- ଫେବୃଆରୀ ୧୯: ଜିମ୍ବାୱେ ବନାମ – କଲମ୍ବୋ










