22.1 C
Bhubaneswar
Thursday, December 5, 2024
Homeଦେଶ ବିଦେଶନିଜକୁ ଦେବାଳିଆ ଘୋଷଣା କଲା ଶ୍ରୀଲଙ୍କା

ନିଜକୁ ଦେବାଳିଆ ଘୋଷଣା କଲା ଶ୍ରୀଲଙ୍କା

ନୂଆଦିଲ୍ଲୀ: ଅର୍ଥନୈତିକ ସଙ୍କଟ ମଧ୍ୟ ଦେଇ ଗତି କରୁଥିବା ଶ୍ରୀଲଙ୍କା ନିଜକୁ ଦେବାଳିଆ ଘୋଷଣା କରିଛି । ବୈଦେଶିକ ମୁଦ୍ରା ଭଣ୍ଡାର ସମ୍ପୂର୍ଣ୍ଣ ଭାବରେ ଖାଲି ହୋଇ ଯାଇଥିବାରୁ ସରକାର ଋଣ ପରିଶୋଧରେ ଅକ୍ଷମ । ତେଣୁ ଦେଶ ବର୍ତ୍ତମାନ ନିଜକୁ ଦେବାଳିଆ ଘୋଷଣା କରୁଥିବା ନେଇ ପ୍ରକାଶ କରିଛି ଶ୍ରୀଲଙ୍କା ଅର୍ଥ ମନ୍ତ୍ରାଳୟ । ଦେଶରେ ଖାଦ୍ୟ ପଦାର୍ଥର ଅଭାବ ସହିତ ତୈଳ ଏବଂ ଅନ୍ୟାନ୍ୟ ଜିନିଷର ଅଭାବ ବର୍ତ୍ତମାନ ସଙ୍କଟଜନକ ପରସ୍ଥିତି ସୃଷ୍ଟି ହୋଇଛି । ଶ୍ରୀଲଙ୍କା ଅର୍ଥ ମନ୍ତ୍ରାଳୟ ପକ୍ଷରୁ ମଙ୍ଗଳବାର କୁହାଯାଇଛି କି ବର୍ତ୍ତମାନ ବିଦେଶୀ ମୁଦ୍ରାରେ ଋଣ ପରିଶୋଧ କରିବା ଆମ ପାଇଁ ସମ୍ଭବ ନୁହେଁ । ଯଦି କୌଣସି ଦେଶ ଶ୍ରୀଲଙ୍କା ମୁଦ୍ରାରେ ନିଜର ଋଣ ପରିଶୋଧ କରିବାକୁ ଚାହିଁବ ଆମେ ପରିଶୋଧ ପାଇଁ ପ୍ରସ୍ତୁତ ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଭାରତ ଏବଂ ଚୀନ୍ ନିକଟରୁ ଋଣ ନେବା ପାଇଁ ଶ୍ରୀଲଙ୍କା ପ୍ରୟାସ କରିଥିଲେ ହେଁ ଉଭୟ ରାଷ୍ଟ୍ର କେବଳ ନିଜ ଠାରୁ କିଣିବାର କ୍ରେଡିଟ ଲାଇନ ପ୍ରଦାନ କରିବାକୁ ସହମତି ପ୍ରକାଶ କରିଛନ୍ତି ।

ଅର୍ଥନୈତିକ ସଙ୍କଟ କାରଣରୁ ସରକାର ଭାଙ୍ଗିବାକୁ ବସିଥିବା ବେଳେ ଏହି ସଙ୍କଟରୁ ଶ୍ରୀଲଙ୍କାକୁ ରକ୍ଷା କରିବା ପାଇଁ ଆସନ୍ତା ୬ ମାସ ମଧ୍ୟରେ ୩ ବିଲିୟନ ଡଲାର ବା ୨୨ ହଜାର କୋଟି ଆବଶ୍ୟକ ବୋଲି ମତ ଦେଇଥିଲେ ଅର୍ଥମନ୍ତ୍ରୀ । ବିଭିନ୍ନ ପ୍ରକାରର ଜରୁରୀ କାଳୀନ ବ୍ୟବସ୍ଥା ପୂରଣ କରିବା ନିମନ୍ତେ ଏହି ଅର୍ଥ ଆବଶ୍ୟକ ବୋଲି ଶ୍ରୀଲଙ୍କା ଅର୍ଥମନ୍ତ୍ରୀ ପ୍ରକାଶ କରିଥିଲେ । ଶ୍ରୀଲଙ୍କାର ଜନ ସାଧାରଣଙ୍କ ସଂଖ୍ୟା ୨.୨ କୋଟି ହୋଇଥିବା ବେଳେ ଏଠାରେ ଗଚ୍ଛିତ ତେଲ ସରିବାକୁ ବସିଲାଣି । ଚଳିତ ବର୍ଷ ଶେଷ ସୁଦ୍ଧା ଶ୍ରୀଲଙ୍କାର ସମୁଦାୟ ଋଣ ପରିମାଣ ୭ ବିଲିୟନ ଡଲାରରେ ପହଞ୍ଚିବ । ଏହା ସହିତ ଆର୍ଥିକ ତାରତମ୍ୟର ପରିମାଣ ୩ ବିଲିୟନ ଡଲାର ରହିବାକୁ ଥିବା ବେଳେ ମାର୍ଚ୍ଚ ଶେଷ ସୁଦ୍ଧା ଗଚ୍ଛିତ ବୈଦେଶିକ ମୁଦ୍ରାର ପରିମାଣ ୧.୯୩ ବିଲିୟନ ଡଲାରରେ ରହିବ ବୋଲି ଅନୁମାନ କରାଯାଉଥିଲା । ବିଗତ ବର୍ଷେ ହେବ ବିଭିନ୍ନ ଆନ୍ତର୍ଜାତୀୟ ସଙ୍ଗଠନ ଶ୍ରୀଲଙ୍କାକୁ ବ୍ଲାକଲିଷ୍ଟ କରୁଥିବାରୁ ଏହାର ବୈଦେଶିକ ମୁଦ୍ରା ଭଣ୍ଡାର ଶୂନ ହେବା ପରସ୍ଥିତିରେ ପହଞ୍ଚିଛି । ଜେ ପି ମୋର୍ଗାନ ପକ୍ଷରୁ କରାଯାଇଥିବା ଆଉ ଏକ ରିପୋର୍ଟ ଅନୁଯାୟୀ ଶ୍ରୀଲଙ୍କା ବିଭିନ୍ନ ଅନ୍ତର୍ଜାତୀୟ ସୋଭେରିନ୍ ବଣ୍ଡର ବ୍ୟବହାର କରି ୧୨.୫ ବିଲିୟନ ଡଲାରର ଋଣ ନେଇ ସାରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking