17.1 C
Bhubaneswar
Sunday, November 24, 2024
Homeଓଡିଶାଜନ୍ମାଷ୍ଟମୀ ରେ କ’ଣ କରିବା ଅନୁଚିତ

ଜନ୍ମାଷ୍ଟମୀ ରେ କ’ଣ କରିବା ଅନୁଚିତ

-ଜନ୍ମାଷ୍ଟମୀ ଦିନ କୌଣସି ବ୍ୟକ୍ତିଙ୍କ ସହ ଖରାପ ବ୍ୟବହାର କରନ୍ତୁ ନାହିଁ। ଗରିବ ବା ଅସହାୟ ବ୍ୟକ୍ତିଙ୍କୁ ସମସ୍ୟା କରୁଥିବା ବ୍ୟକ୍ତି ସର୍ବଦା ଦୁଃଖ ପାଇଥାନ୍ତି।
-ଜନ୍ମାଷ୍ଟମୀ ଦିନ ଘରେ କିମ୍ବା ଆଖ ପାଖରେ ଯଦି କୌଣସି ଗଛ ଲଗାଇଥାନ୍ତି ତେବେ ବିଲକୁଲ୍ ଆଜି ଦିନରେ କାଟନ୍ତୁ ନାହିଁ। ବରଂ ଆଜି ଘରର ସମସ୍ତ ସଦସ୍ୟମାନେ ମିଶି ଗୋଟିଏ ଗୋଟିଏ ଗଛ ଲଗାନ୍ତୁ। ଏପରି କରିବା ଦ୍ବାରା ଘରର ଆର୍ଥିକ ସ୍ଥିତି ମଜବୁତ୍ ହୋଇଥାଏ।
-ଜନ୍ମାଷ୍ଟମୀ ଦିନ କୌଣସି ବିବାଦ କିମ୍ବା ଝଗଡ଼ା କରନ୍ତୁ ନାହିଁ। ମନକୁ ଶାନ୍ତି ରଖିବା ସହ ଭଗବାନଙ୍କୁ ଧ୍ୟାନ କରନ୍ତୁ
-ଆଜି ଭଗବାନଙ୍କୁ ଭୋଗ ଲଗାଇବା ସମୟରେ ନିଶ୍ଚୟ ତୁଳସୀ ପତ୍ର ବ୍ୟବହାର କରନ୍ତୁ। ବିନା ତୁଳସୀରେ ଭଗବାନ ପ୍ରସାଦ ସ୍ବିକାର କରିନଥାନ୍ତି।
-ଜନ୍ମାଷ୍ଟମୀ ଦିନ ସାତ୍ତ୍ବିକ ଭୋଜନ କରିବା ଉଚିତ। ଏହିଦିନ ଆମିଷ ସେବନ କରନ୍ତୁ ନାହିଁ।
ସାରା ରାଜ୍ୟରେ ଉତ୍ସବର ପରିବେଶ। ମଠ, ମନ୍ଦିର ଓ ଭାଗବତ ଗାଦିକୁ ସୁସଜ୍ଜିତ କରାଯାଇ ସକାଳୁ ସକାଳୁ ଭାଗବତ ପାଠ ଚାଲିଛି। ବ୍ରତଧାରୀ ମାନେ ଭାଗବତ ପାଠ ଶୁଣୁଛନ୍ତି। ହିନ୍ଦୁ ପଞ୍ଜିକା ଅନୁସାରେ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ସମଗ୍ର ଦେଶରେ ଧୁମଧାମରେ ପାଳିତ ହୁଏ ଜନ୍ମାଷ୍ଟମୀ। ଏହି ଦିନ ପ୍ରଭୁ କୃଷ୍ଣ ଦେବକୀ ଓ ବସୁଦେବଙ୍କ ଅଷ୍ଠମ ସନ୍ତାନ ଭାବେ ମହାରାଜା କଂସଙ୍କ କାରାଗାରରେ ଜନ୍ମଗ୍ରହଣ କରିଥିଲେ। କୃଷ୍ଣଜନ୍ମ ନୀତି ଏକ ଗୁପ୍ତ ନୀତି ହୋଇଥିବାରୁ ପରମ୍ପରା ଅନୁସାରେ ସନ୍ଧ୍ୟାଧୂପ ପରେ ଜୟ ବିଜୟ ଦ୍ୱାର ବନ୍ଦ ରହିବ। ଦୁଇଜଣ ମହାଜନ ସେବକ ଦେବକୀ ଓ ବସୁଦେବ ବେଶରେ ଆସି ଜନ୍ମ ଚକଡ଼ାରେ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ସମାପନ କରିବେ।
କୃଷ୍ଣଙ୍କ ପୂଜା ନିମନ୍ତେ ଅଷ୍ଟମୀ ତିଥିକୁ ଖୁବ୍‌ ଗୁରୁତ୍ୱ ଦିଆଯାଏ। କାରଣ ଏହି ତିଥିରେ ପୂଜା କରିବା ଦ୍ୱାରା ପୁତ୍ର ସନ୍ତାନ ପ୍ରାପ୍ତି ସହ ଧନସମ୍ପତ୍ତିରେ ଅଭିବୃଦ୍ଧି ହୋଇଥାଏ। ଜନ୍ମାଷ୍ଟମୀ ସାରା ଦେଶରେ ବେଶ୍‌ ଧୂମ୍‌ଧାମ୍‌ରେ ପାଳନ କରାଯାଏ। ଏହି ଦିନ ଲୋକମାନେ ଦିନସାରା ଉପବାସ ରଖନ୍ତି ଓ ଭଗବାନ କୃଷ୍ଣଙ୍କ ଆଶୀର୍ବାଦ ପ୍ରାପ୍ତ କରିବା ପାଇଁ ତାଙ୍କର ବିଶେଷ ପୂଜାର୍ଚ୍ଚନା କରନ୍ତି। କେବଳ ବଡ଼ମାନେ ନୁହେଁ, ପିଲା ଓ ବୃଦ୍ଧମାନେ ମଧ୍ୟ ଶ୍ରଦ୍ଧାର ସହ ଏହିଦିନ ଉପବାସ ରଖିଥାନ୍ତି।
 
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking