18.1 C
Bhubaneswar
Monday, November 25, 2024
Homeଅପରାଧବିଷାକ୍ତ ମଦର ତାଣ୍ଡବ: ୭ ମୃତ, ୧୨ରୁ ଊର୍ଦ୍ଧ୍ୱ ଅସୁସ୍ଥ

ବିଷାକ୍ତ ମଦର ତାଣ୍ଡବ: ୭ ମୃତ, ୧୨ରୁ ଊର୍ଦ୍ଧ୍ୱ ଅସୁସ୍ଥ

ଆଜମଗଡ଼: ଉତ୍ତରପ୍ରଦେଶର ଆଜମଗଡ଼ ଜିଲାରେ ପୁଣି ଥରେ ବିଷାକ୍ତ ମଦର ତାଣ୍ଡବ ଦେଖିବାକୁ ମିଳିଛି । ବିଷାକ୍ତ ମଦ ପିଇ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ରୁ ଊର୍ଦ୍ଧ୍ୱ ଲୋକ ଅସୁସ୍ଥ ଅଛନ୍ତି । ଏହି ଘଟଣା ଅହରୌଲା ଥାନା ଅଞ୍ଚଳର ଅନେକ ଗାଁରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ୬ରୁ ଊର୍ଦ୍ଧ୍ୱ ଗାଁରୁ କେବଳ ମୃତ୍ୟୁକୁ ନେଇ ଚିତ୍କାର ଶୁଣିବାକୁ ମିଳୁଛି । ଏନେଇ ଉତ୍ତ୍ୟକ୍ତ ଗ୍ରାମବାସୀ ମାହୁଲ ସହରରେ ରାସ୍ତା ଅବରୋଧ କରିଛନ୍ତି । ଜିଲା ପ୍ରଶାସନର ତତ୍ପରତା ପ୍ରକାଶ ପାଇଛି । ବିଧାନସଭା ନିର୍ବାଚନ ସମୟରେ ବେଆଇନ ମଦ କାରବାର ମଧ୍ୟ ବୃଦ୍ଧି ପାଇଛି । ଅହରୌଲା ଥାନା ଅନ୍ତର୍ଗତ ମାହୁଲ ସ୍ଥିତ ଦେଶୀ ମଦ ଦୋକାନରୁ ରବିବାର ସନ୍ଧ୍ୟାରେ ଏହି ବିଷାକ୍ତ ମଦ ପିଇ ଏଯାବତ୍ ୭ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଅପରପକ୍ଷେ ୧୨ରୁ ଊର୍ଦ୍ଧ୍ୱ ଲୋକ ବିଭିନ୍ନ ଡାକ୍ତରଖାନାରେ ଜୀବନ ଓ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । ସୂଚନାଯୋଗ୍ୟ, ଗତ ବର୍ଷ ମେ’ ମାସରେ ବିଷାକ୍ତ ମଦ ପିଇ ମିତ୍ତୁପୁର ଗାଁରେ ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣା ପରେ ଜିଲ୍ଲା ପ୍ରଶାସନ ବେଆଇନ ମଦ କରାବାର ବିରୋଧରେ ଅଭିଯାନ ଆରମ୍ଭ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking