27.1 C
Bhubaneswar
Friday, June 28, 2024
Homeଖେଳସ୍ପୋଟର୍ସ ଟ୍ରେଣ୍ଡସ ୨୦୨୩ : ଗୁଗଲରେ ବିରାଟ ଓ ରୋହିତ ନୁହେଁ ଶୁବମନଙ୍କୁ ଅଧିକ ସର୍ଚ୍ଚ...

ସ୍ପୋଟର୍ସ ଟ୍ରେଣ୍ଡସ ୨୦୨୩ : ଗୁଗଲରେ ବିରାଟ ଓ ରୋହିତ ନୁହେଁ ଶୁବମନଙ୍କୁ ଅଧିକ ସର୍ଚ୍ଚ କରିଥିଲେ ୟୁଜର୍ସ

ବ୍ୟୁରୋ : ୨୦୨୩ ବର୍ଷ ସରିବାକୁ ଆସିଲାଣି । ଚଳିତବର୍ଷ ଅନେକ ବଡ ବଡ ଟୁର୍ଣ୍ଣାମେଣ୍ଟ ଖେଳାଯାଇଛି । ଆଉ ଅନେକ ଯୁବ ଖେଳାଳି ଛାପ ଛାଡିଛନ୍ତି । ଗୁଗଲ ଚଳିତବର୍ଷର ଗୁଗଲ ଟ୍ରେଣ୍ଡ ଅର୍ଥାତ୍‌ ସବୁଠାରୁ ଅଧିକ ସର୍ଚ୍ଚ ହୋଇଥିବା ଲିଷ୍ଟ ଜାରି କରିଛି । ହେଲେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଚଳିତ ବର୍ଷ ରୋହିତ ଶର୍ମା କି ବିରାଟ କୋହଲି ନୁହନ୍ତି, ବରଂ ଯୁବ ଖେଳାଳିଙ୍କୁ ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଛି ।

ଗୁଗଲ ମୁତାବକ, ଚଳିତବର୍ଷ ଭାରତରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଠାରୁ ଅଧିକ ଶୁବମନ ଗିଲଙ୍କୁ ସର୍ଚ୍ଚ କରାଯାଇଛି । ଗୁଗଲରେ ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଥିବା ଖେଳାଳି ହେଉଛନ୍ତି ଶୁବମନ ଗିଲ । ଏହି ଲିଷ୍ଟରେ ନ୍ୟୁଜିଲାଣ୍ଡର ରଚିନ ରବିନ୍ଦ୍ର ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେହିପରି ବିଶ୍ୱକପ ୨୦୨୩ରେ କମାଲ କରିଥିବା ମହମ୍ମଦ ଶାମି ତୃତୀୟ ସ୍ଥାନରେ ରହିଛନ୍ତି ।

ଗୁଗଲରେ ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଥିବା ଖେଳାଳି :୧ : ଶୁବମନ ଗିଲ
୨: ରଚିନ ରବିନ୍ଦ୍ର
୩ : ମହମ୍ମଦ ଶାମି
୪: ଗ୍ଲେନ ମ୍ୟାକ୍ସେଓ୍ଵଲ
୫ : ଡେଭିଡ ବେକହମ

ସେହିପରି ଗୁଗଲରେ ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଥିବା ସ୍ପୋଟର୍ସ ଇଭେଣ୍ଟ ଭାବେ ଆଇପିଏଲ ପ୍ରଥମ ସ୍ଥାନରେ ରହିଛି । ବିଶ୍ୱକପ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ତୃତୀୟ ସ୍ଥାନରେ ଏସିଆ କପ୍‌, ଚତୁର୍ଥ ସ୍ଥାନରେ ଓମେନ ପ୍ରିମିୟର ଲିଗ ଏବଂ ୫ମ ସ୍ଥାନରେ ଏସିଆନ ଗେମ୍ସ ନାମ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking