26.1 C
Bhubaneswar
Wednesday, February 4, 2026
Homeଓଡିଶାକ୍ରୀଡ଼ାବିତ୍‌ଙ୍କୁ କ୍ରୀଡ଼ାମନ୍ତ୍ରୀଙ୍କ ଶୁଭେଚ୍ଛା

କ୍ରୀଡ଼ାବିତ୍‌ଙ୍କୁ କ୍ରୀଡ଼ାମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ୧୫ତମ କନିଷ୍ଠ ଜାତୀୟ ହକି ଚାମ୍ପିୟନସିପ୍‌ର ପୁରୁଷ ବିଭାଗରେ ରୌପ୍ୟ ପଦକ ଜିତିଥିବା ଓଡ଼ିଶା ହକି ଦଳକୁ ଆଜି କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ସମ୍ବର୍ଦ୍ଧିତ କରିଛନ୍ତି। କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂରଜ ପୁରୁଷ ହକି ଦଳର ଏହି ସଫଳତା ପାଇଁ ଦଳର ସମସ୍ତ କ୍ରୀଡ଼ାବିତ୍‌ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ଆଗାମୀ ଭବିଷ୍ୟତରେ ମଧ୍ୟ ଉଚ୍ଚକୋଟୀର ପ୍ରଦର୍ଶନ ମାଧ୍ୟମରେ ପଦକ ଅର୍ଜନ କରି ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଅର୍ଜନ କରିବା ନିମନ୍ତେ ସମସ୍ତ କ୍ରୀଡ଼ାବିତଙ୍କୁ ପ୍ରୋତ୍ସାହିତ କରିଛନ୍ତି। ଏଥିସହ ଆମ କ୍ରୀଡ଼ାବିତ୍‌ମାନଙ୍କର ବିଜୟର ଗୌରବମୟ ଜୟଯାତ୍ରା ଆଗକୁ ମଧ୍ୟ ଜାରି ରହିବ ବୋଲି ମନ୍ତ୍ରୀ ଶ୍ରୀ ସୂରଜ ଆଶାବ୍ୟକ୍ତ କରିଛନ୍ତି। ଆଜିର ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ହକି ଇଣ୍ଡିଆର ପ୍ରେସିଡେଣ୍ଟ ଶ୍ରୀ ଦିଲୀପ ତିର୍କୀ, କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ, ନିର୍ଦ୍ଦେଶକ ଡ଼. ୟେଦୁଲା ବିଜୟ, ହକି ପ୍ରମୋସନ କାଉନସିଲ, ଓଡ଼ିଶାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଦୀପଙ୍କର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking