18.1 C
Bhubaneswar
Friday, November 22, 2024
Homeଦେଶ ବିଦେଶଆସନ୍ତା ୨୪ରୁ ଲୋକସଭାର ସ୍ୱତନ୍ତ୍ର ଅଧିବେଶନ

ଆସନ୍ତା ୨୪ରୁ ଲୋକସଭାର ସ୍ୱତନ୍ତ୍ର ଅଧିବେଶନ

ନୂଆଦିଲ୍ଲୀ : ଆସନ୍ତା ଜୁନ୍ ୨୪ରୁ ଜୁଲାଇ ୩ ଯାଏଁ ଲୋକସଭାର ସ୍ୱତନ୍ତ୍ର ଅଧିବେଶନ ବସିବ। ଏହି ଆଠ ଦିନରେ ବାଚସ୍ପତି ନିର୍ବାଚନ ସହ ନବ ନିର୍ବାଚିତ ସାଂସଦମାନେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ସୂଚନା ଅନୁସାରେ, ଅଧିବେଶନର ପ୍ରଥମ ଓ ଦ୍ୱିତୀୟ ଦିନ ସାଂସଦମାନେ ଶପଥ ଗ୍ରହଣ କରିବେ ଏବଂ ଜୁନ୍ ୨୬ରେ ଲୋକସଭା ବାଚସ୍ପତି ନିର୍ବାଚନ ହେବ।

ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶପଥ ନେବା ପରେ ଗତକାଲି ମନ୍ତ୍ରିମଣ୍ଡଳ ଦାୟିତ୍ୱ ବଣ୍ଟନ କରାଯାଇଛି। ୩୦ ଜଣ କ୍ୟାବିନେଟ ମନ୍ତ୍ରୀ ଶପଥ ଗ୍ରହଣ କରିଥିବା ବେଳେ ୫ ଜଣ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ ଦାୟିତ୍ୱ) ହୋଇଛନ୍ତି। ମୋଦି ୩.୦ ସରକାରରେ ରାଜନାଥ ସିଂହଙ୍କୁ ପୂର୍ବୋପରି ପ୍ରତିରକ୍ଷା ବିଭାଗ ମିଳିଛି। ସେହିପରି ଅମିତ ଶାହ ସ୍ୱରାଷ୍ଟ୍ର, ନୀତୀନ ଗଡ଼କରୀ ସଡ଼କ ଓ ପରିବହନ ଏବଂ ନିର୍ମଳା ସୀତାରମଣଙ୍କ ପାଖରେ ଅର୍ଥ ବିଭାଗ ରହିଛି। କିନ୍ତୁ ପୂର୍ବ କ୍ୟାବିନେଟରେ ମନସୁଖ ମାଣ୍ଡଭିଅ ସ୍ୱାସ୍ଥ୍ୟ ମନ୍ତ୍ରୀ ଥିବାବେଳେ ଏଥର ଜେପି ନଡ୍ଡାଙ୍କୁ ସ୍ୱାସ୍ଥ୍ୟ ବିଭାଗ ଦାୟିତ୍ୱ ଦିଆଯାଇଛି। ସେହିପରି ଏଥର ଏନଡିଏ ମିଳିତ ସରକାର ଗଠନ କରିଥିବାରୁ ସହଯୋଗୀ ଦଳର ସାଂସଦମାନଙ୍କୁ ମଧ୍ୟ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବଣ୍ଟନ କରାଯାଇଛି। କେବଳ ବାଚସ୍ପତି ପଦ ଖାଲି ପଡ଼ିଥିବାରୁ ଆସନ୍ତା ୨୪ରୁ ବସିବାକୁ ଥିବା ସ୍ୱତନ୍ତ୍ର ଅଧିବେଶନରେ ନିର୍ବାଚନ ଅନୁଷ୍ଠିତ ହେବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking