ପୁରୀ: ସୂର୍ଯ୍ୟୋପରାଗ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି। ରାତି ୧୨ ଟା ୧୦ରୁ ଦ୍ୱାରଫିଟିବା ପରେ ମଇଲମ, ମଙ୍ଗଳ ଆଳତି, ତଡପ ଲାଗି, ଅବକାଶ ପୂଜା ହୋଇ ରାତ୍ର ୨ଟା ୨୫ରୁ ୨ଟା ୩୫ ମିନିଟ୍ ମଧ୍ୟରେ ସରିଥିଲା ଗୋପାଳବଲ୍ଲଭ । ଏହାପରେ ସକାଳଧୂପ, ବାଳଧୂପ ହୋଇ ଭୋର ୪ଟାରେ ନାରାୟଣ ଦେବ ସାଗର ବିଜେ କରିଥିଲେ।
ଏହାପରେ ୪ଟା ୩୦ରୁ ୪ଟା ୪୦ ମଧ୍ୟରେ ସରିଥିଲା ଭୋଗମଣ୍ଡପ । ଭୋର ୪ଟା ୫୬ ମିନିଟ ୫୨ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ପରେ ମହାପ୍ରଭୁଙ୍କ ଗ୍ରହଣ ମହାସ୍ନାନ ହୋଇ କୋରାଖଇ ଭୋଗ ସହ ଅନ୍ୟ ନୀତି ସଂପନ୍ନ କରାଯାଇଥିଲା। ଏହାପରେ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ।