28.1 C
Bhubaneswar
Sunday, October 6, 2024
Homeଓଡିଶାଆରମ୍ଭହେଲା ସ୍ୱତନ୍ତ୍ର ଏନ୍‌ଫୋର୍ସମେଣ୍ଟ ଡ୍ରାଇଭ : ଡବଲ୍ ହେଲ୍‌ମେଟ ଓ ସିଟ୍ ବେଲ୍‌ଟ ଯାଞ୍ଚ ହେବ...

ଆରମ୍ଭହେଲା ସ୍ୱତନ୍ତ୍ର ଏନ୍‌ଫୋର୍ସମେଣ୍ଟ ଡ୍ରାଇଭ : ଡବଲ୍ ହେଲ୍‌ମେଟ ଓ ସିଟ୍ ବେଲ୍‌ଟ ଯାଞ୍ଚ ହେବ କଡ଼ାକଡ଼ି

ଓଭରଲୋଡିଂ ଓ ଦ୍ରୁତଗତି ପାଇଁ ବାତିଲହେବ ଡିଏଲ୍‌
ଭୁବନେଶ୍ୱର: ପରିବହନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଏନ୍‌ଫୋର୍ସମେଣ୍ଟ ଡ୍ରାଇଭ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି । ଏହା ୫ଦିନ ପର୍ଯ୍ୟନ୍ତ ଚାଲିବ । ଏଥିପାଇଁ ସବୁ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଦୁଇଚକିଆ ଗାଡ଼ି ଚାଳକ କିମ୍ବା ପଛରେ ବସିଥିବା ବ୍ୟକ୍ତି ହେଲ୍‌ମେଟ ପିନ୍ଧୁ ନଥିବାରୁ ଅଧିକାଂଶ ଦୁର୍ଘଟଣାରେ ଏହା ମୃତ୍ୟୁର କାରଣ ପାଲଟୁଛି । ସହର ଭିତରେ ଗାଡ଼ି ଚାଳକମାନେ ହେଲ୍‌ମେଟ ପିନ୍ଧୁଛନ୍ତି, କିନ୍ତୁ ରାଜ୍ୟ ରାଜପଥ ଓ ଜାତୀୟ ରାଜପଥରେ ଯିବା ସମୟରେ ହେଲମେଟ ପିନ୍ଧୁ ନଥିବା ଦେଖାଯାଉଛି । ଗତ ଅଗଷ୍ଟ ୧୬ରୁ ୩୦ପର୍ଯ୍ୟନ୍ତ ହୋଇଥିବା ଯାଞ୍ଚ ବେଳେ ୨୪୪୭୪ଜଣ ହେଲମେଟ ନପିନ୍ଧି ୬୪ଲକ୍ଷ ଜରିମାନା ଗଣିବା ସହ ୪୭୬୨ ଡିଏଲ ରଦ୍ଦ ହୋଇଥିଲା । ଏହି ଅଭିଯାନରେ ଚାରିଚକିଆ ଗାଡ଼ିରେ ଆଗରେ ବସୁଥିବା ବ୍ୟକ୍ତି ଓ ଚାଳକଙ୍କ ସିଟ୍ ବେଲ୍‌ଟକୁ କଡ଼ାକଡ଼ି ଯାଞ୍ଚ କରାଯିବ ।

ଅନେକ ସମୟରେ ଦ୍ରୁତଗତି ଓ ଓଭରଲୋଡିଂ ପାଇଁ ମଧ୍ୟ ସର୍ବାଧିକ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି । ଏଣୁ ଏହାକୁ ମଧ୍ୟ ପ୍ରତ୍ୟେକ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ଯାଞ୍ଚ କରାଯିବ । ହେଲମେଟ ଓ ସିଟ୍ ବେଲ୍ଟ ଯାଞ୍ଚ ଦୁଇଦିନ ସକାଳ ୯ରୁ ୧୨ଟା ଓ ସଂଧ୍ୟା ୬ଟାରୁ ରାତି ୧୦ଟା ମଧ୍ୟରେ ହେବା ପାଇଁ ଧାର୍ଯ୍ୟ ହୋଇଛି । ସେହିପରି ସ୍କୁଲ ବସ୍‌ଗୁଡିକ ଯାଞ୍ଚ ସକାଳ ୬ଟାରୁ ୧୦ଟା ଏବଂ ଦିନ ୩ଟାରୁ ସଂଧ୍ୟା ୬ପର୍ଯ୍ୟନ୍ତ ହେବ । ଭାରୀଯାନଗୁଡିକର ଓଭରଲୋଡିଂ ଯାଞ୍ଚ ଆସନ୍ତା ୧୬ ଓ ୧୭ ଦୁଇଦିନ ଧରି ସଂଧ୍ୟା ୬ରୁ ସକାଳ ୬ପର୍ଯ୍ୟନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ହେଲମେଟ ନଥାଇ ଗାଡ଼ି ଚଳାଉଥିଲେ କିମ୍ବା ଓଭରଲୋଡିଂ ଓ ଦ୍ରୁତଗତି ପାଇଁ ୩ମାସ ଡିଏଲ ବାତିଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସମ୍ପୃକ୍ତ ଆରଟିଓମାନେ ଯାଞ୍ଚ ଅଭିଯାନ ପୁଲିସ ସହ ସମନ୍ୱୟ ରଖି କରିବାକୁ କୁହାଯାଇଛି । ଆବଶ୍ୟକସ୍ଥଳେ ଆରଟିଓ ଓ ଏମଭିଆଇମାନେ ମଧ୍ୟ ଏହି ଅଭିଯାନରେ ସାମିଲ ହୋଇପାରିବେ । ଓଡ଼ିଶା ମୋଟରଯାନ ସଂଶୋଧିତ ଆଇନ ୨୦୧୯ ଅନୁସାରେ ଗାଡ଼ି ଚାଳକ ହେଲମେଟ ପିନ୍ଧିନଥିବା କ୍ଷେତ୍ରରେ ୧ହଜାରଟଙ୍କା ଜରିମାନା ଆଦାୟ କରାଯିବ । ଯଦି ଉଭୟ ଚାଳକ ଓ ପଛରେ ବସିଥିବା ବ୍ୟକ୍ତି ହେଲମେଟ ପିନ୍ଧି ନଥିବେ ତା’ହେଲେ ସେମାନଙ୍କଠାରୁ ଏକ ହଜାର ଜରିମାନା ସହ ଚାଳକଙ୍କ ଡିଏଲ୍ ୩ମାସ ପାଇଁ ବାତିଲ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking