29.1 C
Bhubaneswar
Friday, July 5, 2024
Homeଓଡିଶାଭୁବନେଶ୍ୱରବେଆଇନ୍ ପାର୍କିଂ ବିରୋଧରେ ସ୍ୱତନ୍ତ୍ର ଡ୍ରାଇଭ୍‌: ସପ୍ତାହରେ ୪୮ହଜାର ୫୦୦ଟଙ୍କା ଜୋରିମାନା ଆଦାୟ

ବେଆଇନ୍ ପାର୍କିଂ ବିରୋଧରେ ସ୍ୱତନ୍ତ୍ର ଡ୍ରାଇଭ୍‌: ସପ୍ତାହରେ ୪୮ହଜାର ୫୦୦ଟଙ୍କା ଜୋରିମାନା ଆଦାୟ

ଭୁବନେଶ୍ୱର: ଜାଣତରେ ହେଉ କିମ୍ବା ଅଜାଣତରେ ରାଜଧାନୀରେ ଅନେକ ଲୋକ ବେଆଇନ ଭାବେ ଯାନବାହନ ରାସ୍ତାକଡ଼ରେ ପାର୍କିଂ କରିଦେଉଛନ୍ତି । ଯେଉଁଥିପାଇଁ ସାଧାରଣଲୋକେ ଅସୁବିଧାର ସମ୍ମୁଖୀନ ହେବା ସହ ଦୁର୍ଘଟଣା ଘଟୁଛି । ଏହାକୁ ରୋକିବାକୁ ଯାଇ କମିଶନରେଟ୍ ଟ୍ରାଫିକ ପୁଲିସ ପକ୍ଷରୁ ବେଆଇନ ପାର୍କିଂ ବିରୋଧରେ ସ୍ୱତନ୍ତ୍ର ଡ୍ରାଇଭ୍ ଆରମ୍ଭ ହୋଇଛି । ଗତ ୭ତାରିଖରୁ ୧୩ ତାରିଖ ମଧ୍ୟରେ ରାଜଧାନୀର ବିଭିନ୍ନ ବେଆଇନ ପାର୍କିଂ ସ୍ଥାନରେ ଚଢ଼ାଉ କରାଯାଇଥିଲା । ଏହିସବୁ ସ୍ଥାନ ଗୁଡ଼ିକରେ ପାର୍କିଂ ହୋଇଥିବା ୫୬ଟି ଚାରିଚକିଆ ଏବଂ ୪୧ଟି ଦୁଇ ଚକିଆ ଯାନକୁ ଟ୍ରାଫିକ ଥାନାକୁ କ୍ରେନ୍ ସହାୟତାରେ ଉଠାଇ ନିଆଯାଇଥିଲା । ଏହାପରେ ସମ୍ପୃକ୍ତ ମାଲିକମାନଙ୍କ ନିକଟରୁ ସର୍ବମୋଟ ୪୮ହଜାର ୫୦୦ଟଙ୍କା ଜୋରିମାନା ଆଦାୟ କରାଯାଇ ଗାଡ଼ି ଫେରାଇ ଦିଆଯାଇଛି । ତେବେ ଭୁବନେଶ୍ୱର ସହରାଞ୍ଚଳ ଟ୍ରାଫିକ ପୁଲିସ ପକ୍ଷରୁ ଏହି ଚଢାଉ ଅଭିଯାନ ଆଗକୁ ଅଧିକ କଡାକଡି ହେବ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking