26.1 C
Bhubaneswar
Friday, September 20, 2024
Homeଓଡିଶାରଥଯାତ୍ରା ପାଇଁ ପରିବହନ ବିଭାଗର ସ୍ବତନ୍ତ୍ର ବ୍ୟବସ୍ଥା, ପୁରୀକୁ ଚାଲିବ ପ୍ରାୟ ୨ ହଜାର ବସ୍

ରଥଯାତ୍ରା ପାଇଁ ପରିବହନ ବିଭାଗର ସ୍ବତନ୍ତ୍ର ବ୍ୟବସ୍ଥା, ପୁରୀକୁ ଚାଲିବ ପ୍ରାୟ ୨ ହଜାର ବସ୍

କଟକ : ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ବିଶେଷ ବ୍ୟବସ୍ଥା କରିଛି ରାଜ୍ୟ ପରିବହନ ବିଭାଗ । ଯେହେତୁ ମଙ୍ଗଳବାରଠାରୁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ, ତେଣୁ ଯାତ୍ରୀ ପରିବହନକୁ ସୁଗମ କରାଇବା ଲାଗି ପ୍ରାୟ ୨ ହଜାର ଯାତ୍ରୀବାହୀ ବସ୍କୁ ସ୍ବତନ୍ତ୍ର ପରମିଟ୍ ପ୍ରଦାନ କରାଯାଇଛି । ବସଯାତ୍ରୀ ମାନଙ୍କଠାରୁ ଅଧିକ ଭଡା ଆଦାୟ କରାଯାଇପାରିବ ନାହିଁ । କୌଣସି ବସ୍ରେ ଯେପରି ଭିଡ ନହେବ ଏବଂ ପ୍ରତ୍ୟେକ ଯାତ୍ରୀଙ୍କ ଲାଗି ପିଇବା ପାଣିର ବନ୍ଦୋବସ୍ଥ କରିବା ଲାଗି ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି କରିଛି ପରିବହନ ବିଭାଗ । ଯାତ୍ରୀ ପରିବହନ ବ୍ୟବସ୍ଥାକୁ ତନଖି କରିବା ଲାଗି ୨୫ଟି ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ ଗଠନ କରାଯାଇଛି । ଯଦି କୌଣସି ଯାଗାରେ କିଛି ବି ବ୍ୟତିକ୍ରମ ଦେଖାଦିଏ, ତେବେ ସମ୍ପୃକ୍ତ ବସ୍ର ପରମିଟ୍ ବାତିଲ କରାଯିବା ସିହତ ମୋଟା ଅଙ୍କର ଜରିମନା ଆଦାୟ କରାଯିବ ବୋଲି କହିଛନ୍ତି ବିଭାଗୀୟ ଅଧିକାରୀ ।
ରଥଯାତ୍ରାର ସୁଯୋଗ ନେଇ ଯଦି କୌଣସି ଯାତ୍ରୀଙ୍କଠାରୁ ଧାର୍ଯ୍ୟ ଭଡାଠାରୁ ଅଧିକ ଟଙ୍କା ଆଦାୟ କରାଯିବ । ତେବେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଛି ପରିବହନ ବିଭାଗ । ସମ୍ଭବତଃ ସେହି ଚେତାବନୀର ପ୍ରତିଫଳନ ଏବେ କଟକ ବାଦମବାଡି ସ୍ଥିତ ପୁରୀ ବସଷ୍ଟାଣ୍ତରେ ଦେଖିବାକୁ ମିଳୁଛି । ଯେହେତୁ ରାତି ପାହିଲେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ତେଣୁ ଏବେଠାରୁ ପୁରୀ ମୁହାଁ ହେଲେଣି ଯାତ୍ରୀ । ଦୈନିକ ଶହେରୁ ଅଧିକ ବସ୍ କଟକ ଏବଂ ପୁରୀ ମଧ୍ୟରେ ଯାଆସ କରେ । କିନ୍ତୁ ରଥଯାତ୍ରାକୁ ଆଖିରେ ରଖି, କଟକରୁ ପୁରୀ ମଧ୍ୟରେ ପ୍ରାୟ ୩ ଶହ ଅଧିକ ବସକୁ ସ୍ପେଶାଲ ପରମିଟ୍ ପ୍ରଦାନ କରିଛି ପରିବହନ ବିଭାଗ ।
କଟକ ବ୍ୟତୀତ ସମଗ୍ର ରାଜ୍ୟରୁ ପୁରୀ ଅଭିମୁଖେ ଆସିବା ଲାଗି ପ୍ରାୟ ୨ ହଜାର ଘରୋଇ ବସ୍କୁ ସ୍ପେଶାଲ ପରମିଟ୍ ମିଳିଛି । କିନ୍ତୁ ଚଳିତ ବର୍ଷ ଯେପରି ବସ୍ ଯାତ୍ରୀମାନେ ଅସୁବିଧାରେ ନପଡିବେ, ସେଥିଲାଗି ପରିବହନ ବିଭାଗ ତରଫରୁ ଘରୋଇ ବସ୍ ମାଲିକମାନଙ୍କୁ ବହୁ ଆଗରୁ ସତର୍କ କରିଦିଆଯାଇଛି । ସରକାରୀ ନିୟମ ମୁତାବକ ଗାଡି ଚଳାଇବାକୁ ସ୍ପଷ୍ଟ ନିର୍ଦ୍ଦେଶ ହୋଇଛି । ଯେଉଁଥିଲାଗି ଆଜିଠାରୁ ଯାତ୍ରୀ ପରିବହନ ଶୃଙ୍ଖଳିତ ଢଙ୍ଗରେ ପ୍ରାୟତଃ ଆରମ୍ଭ ହୋଇଛି । ଅବଶ୍ୟ ମଙ୍ଗଳବାର ଏହା କେଉଁ ରୂପ ନେବ କହିହେବ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking