26.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶବିଧାୟକ ଅଯୋଗ୍ୟତା ପ୍ରସଙ୍ଗରେ ବାଚସ୍ପତିଙ୍କ ରାୟ; ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲା ଉଦ୍ଧବ ଗୋଷ୍ଠୀ

ବିଧାୟକ ଅଯୋଗ୍ୟତା ପ୍ରସଙ୍ଗରେ ବାଚସ୍ପତିଙ୍କ ରାୟ; ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲା ଉଦ୍ଧବ ଗୋଷ୍ଠୀ

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱାଧୀନ ଗୋଷ୍ଠୀକୁ ପ୍ରକୃତ ଶିବସେନାର ମାନ୍ୟତା ପ୍ରଦାନ କରିବା ଜନିତ ବାଚସ୍ପତି ରାହୁଲ ନାରଭେକରଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ୍ କରିବ ଉଦ୍ଧବ ଗୋଷ୍ଠୀ । ଏତଦ୍‌ବ୍ୟତୀତ ବାଚସ୍ପତି ନାରଭେକର, ଶିନ୍ଦେ ଗୋଷ୍ଠୀରେ ସାମିଲ ବିଧାୟକଙ୍କ ମଧ୍ୟରୁ ୧୬ଜଣଙ୍କୁ ଅଯୋଗ୍ୟ ଘୋଷଣା କରିବା ନେଇ କରାଯାଇଥିବା ଆବେଦନକୁ ଖାରଜ କରିବା ବିରୋଧରେ ମଧ୍ୟ ଉଦ୍ଧବ ଗୋଷ୍ଠୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି କହିଛି । ଦିବଂଗତ ନେତା ତଥା ଶିବସେନାର ସଂସ୍ଥାପକ ବାଲାସାହେବ ଠାକ୍‌ରେଙ୍କ ପୁଅ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଦଳ (ଉଦ୍ଧବ ଗୋଷ୍ଠୀ) ବାଚସ୍ପତିଙ୍କ ଏପ୍ରକାର ରାୟକୁ ସୁପ୍ରିମକୋର୍ଟଙ୍କ ଅବମାନନା ବୋଲି ଦର୍ଶାଇଛି ।

ଗତ ବୁଧବାର (୧୦ ତାରିଖ) ବାଚସ୍ପତି ଏହି ମାମଲାରେ ରାୟ ଦେଇ କହିଥିଲେ ଯେ, ଶିନ୍ଦେ ଗୋଷ୍ଠୀ ହିଁ ପ୍ରକୃତ ଶିବସେନା । ଏପରିକି ଶିନ୍ଦେ ଗୋଷ୍ଠୀର ୧୬ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା (ସେମାନଙ୍କ ବିଧାନସଭା ସଦସ୍ୟତା ରଦ୍ଦ କରାଯିବା) କରିବା ନେଇ ଉଦ୍ଧବ ଗୋଷ୍ଠୀ ପକ୍ଷରୁ କରାଯାଇଥିବା ଦାବିକୁ ମଧ୍ୟ ବାଚସ୍ପତି ଖାରଜ କରିଦେଇଥିଲେ । ସେ ଏପ୍ରକାର ରାୟ ଶିବସେନାର ନ୍ୟାୟିକ ସଂହିତା ଆଧାରରେ ଏବଂ ନିର୍ବାଚନ ଆୟୋଗଙ୍କ କେତେକ ନିଷ୍ପତ୍ତି ଆଧାରରେ ଦେଇଥିବା ସେତେବେଳେ ସ୍ପଷ୍ଟ କରିଥିଲେ ।

ପ୍ରକାଶ, ୨୦୨୨ ଜୁନ୍ ୨୧ରେ ଉଦ୍ଧବ ଗୋଷ୍ଠୀ ଶିବସେନା ପକ୍ଷରୁ ସୁନୀଲ ପ୍ରଭୁ ଦଳର ମୁଖ୍ୟ ସଚେତକ ପଦ ହରାଇସାରିଥିଲେ । କିନ୍ତୁ ଶିନ୍ଦେ ଗୋଷ୍ଠୀର ଭରତ ଗୋଗୋୱାଲେ ସେହି ସମୟ ସୁଦ୍ଧା କ୍ଷମତାପ୍ରାପ୍ତ ହ୍ୱିପ୍ ପଦ ଅଧିକାର କରିନେଇଥିଲେ । ଏହି କ୍ରମେ ଶିନ୍ଦେ ଗୋଷ୍ଠୀ ବାସ୍ତବରେ ଶିବସେନା ବୋଲି ପ୍ରମାଣିତ ହେଉଛି । ଅନ୍ୟପକ୍ଷେ ଏକନାଥ ଶିନ୍ଦେ, ବିଧାନସଭାରେ ଶିବସେନାର ନେତା ନିଯୁକ୍ତ ଥିବାରୁ ତାଙ୍କୁ ହଟାଇବାର କ୍ଷମତା ମଧ୍ୟ ଉଦ୍ଧବ ଠାକ୍‌ରେଙ୍କ ପାଖରେ ନଥିଲା । କେବଳ ସେତିକି ନୁହେଁ, ଶିବସେନାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଆୟୋଜନ କରିବା କ୍ଷମତା ମଧ୍ୟ ଶିବସେନା ପ୍ରମୁଖ ଅର୍ଥାତ୍ ଉଦ୍ଧବ ଠାକ୍‌ରେଙ୍କ ପାଖରେ ନଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking