29.1 C
Bhubaneswar
Monday, November 18, 2024
Homeବ୍ରେକୀଙ୍ଗସୋୟାବିନ ଖାଇଲେ କେଉଁସବୁ ଲାଭ ମିଳେ

ସୋୟାବିନ ଖାଇଲେ କେଉଁସବୁ ଲାଭ ମିଳେ

ଭୁବନେଶ୍ୱର: ସୋୟାବିନକୁ ଡାଏଟରେ ସାମିଲ କରିବା ଦ୍ୱାରା ଏହା ଆମକୁ ଅନେକ ରୋଗରୁ ଦୂରରେ ରଖିଥାଏ । ସୋୟାବିନରେ ପ୍ରୋଟିନ ଭରପୂର ମାତ୍ରାରେ ରହିଥାଏ । ଅଣ୍ଡା,କ୍ଷୀର ଓ ମାସଂରେ ମିଳୁଥିବା ପ୍ରୋଟିନରୁ ବି ଅଧିକ ମାତ୍ରା ସୋୟାବିନରେ ରହିଥାଏ । ଏହାକୁ ବାଦ ଦେଲେ ଏଥିରେ ଭିଟାମିନ ବି କମ୍ପେ୍ଲକ୍ସ, ଭିଟାମିନ ଇ, ମିନେରାଲ୍ସ ଓ ଏମିନୋ ଏସିଡ ପର୍ଯ୍ୟାପ୍ତ ମାତ୍ରାରେ ରହିଥାଏ , ଯାହା ଶରୀରର ବିଭିନ୍ନ ଆବଶ୍ୟକତାକୁ ପୂର୍ଣ୍ଣ କରିବା ବ୍ୟତୀତ ଅନେକ ପ୍ରକାରର ରୋଗର ଉପଚାର ମଧ୍ୟ କରିଥାଏ । ଖାସ କଥା ହେଲା ଯେ, ଶାରୀରିକ ବିକାଶ, ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଓ କେଶ ସମସ୍ୟାର ଉପଚାର ବି ସୋୟାବିନ ଦ୍ୱାରା ସମ୍ଭବ ହୋଇଥାଏ ।
ସୋୟାବିନ ଖାଇବା ଦ୍ୱାରା କ୍ୟାନସର ଭଳି ଖତରନାକ ରୋଗରୁ ମୁକ୍ତି ମିଳେ । ସୋୟାବିନରେ ରହିଥିବା ଆଣ୍ଟି ଅକ୍ସିଡାଣ୍ଟ ବିଭିନ୍ନ ପ୍ରକାରର କ୍ୟାନ୍ସର ରୋକିବାରେ ସହାୟକ ହୋଇଥାଏ । ସେହିଭଳି ଏଥିରେ ଥିବା ଫାଇବର କଣ୍ଟେଣ୍ଟ କୋଲୋନ କ୍ୟାନ୍ସର ସମସ୍ୟାକୁ ଦୂର କରିଥାଏ । ସେଥିପାଇଁ ଡାକ୍ତର ମଧ୍ୟ ସୋୟାବିନ ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି ।
ଯଦି ଆପଣ ମାନସିକ ରୋଗୀ, ତେବେ ନିଜ ଡାଏଟରେ ସୋୟାବିନ ସାମିଲ କରନ୍ତୁ । ସୋୟାବିନ ମାନସିକ ସନ୍ତୁଳନ ରକ୍ଷା କରିଥାଏ ।
ସେହିଭଳି ଉଚ୍ଚ ରକ୍ତଚାପ ସମସ୍ୟା ଥିଲେ ପ୍ରତିଦିନ ସୋୟାବିନ ଖାଆନ୍ତୁ । ଏହା ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।
ଏଥିରେ ଭିଟାମିନ ଓ ମିନେରାଲ୍ସ ରହିଥାଏ । ଏହାଛଡା କ୍ୟାଲସିୟମ, ମ୍ୟାଗ୍ନେସିୟମ, କପର, ସେଲେନିୟମ ଓ ଜିଙ୍କ ବି ଏଥିରେ ଥାଏ । ଏସମସ୍ତ ପୋଷକ ତତ୍ୱ ଶରୀର ହାଡକୁ ମଜଭୂତ ରଖିଥାଏ । ଅଷ୍ଟିୟୋପୋରୋସିସ ସମସ୍ୟାକୁ ଦୂର କରିଥାଏ ସୋୟାବିନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking