ଭୁବନେଶ୍ୱର: ସୋଭନା ମହାନ୍ତି ହେଲେ ମହିଳା କମିଶନ ଅଧ୍ୟକ୍ଷା ନିଯୁକ୍ତ ହେଲେ । ବବିତା ପାତ୍ର ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ନିଯୁକ୍ତ ହେଲେ । ୩ ବର୍ଷ ପାଇଁ ନିଯୁକ୍ତି ଦେଲେ ରାଜ୍ୟ ସରକାର । ନିଯୁକ୍ତି ନେଇ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ଶିଶୁ ସୁରକ୍ଷା ଆୟୋଗରେ ସ୍ଥାନ ପାଇଲେ ଆଉ ୬ ସଦସ୍ୟ । ସୁକେଶ ଓରାମ, କଳ୍ପନା ଲେଙ୍କା, ଚନ୍ଦନା ଦାସ ସଦସ୍ୟ ନିଯୁକ୍ତ ହୋଇଛନ୍ତି । ଏଥିସହିତ କସ୍ତରୀ ମିଶ୍ର, ମନସ୍ମିତା ଖୁଣ୍ଡିଆ, ସୁଜତା ନାୟକ ସଦସ୍ୟ ନିଯୁକ୍ତ ହୋଇଛନ୍ତି । ୫ ମାସ ଘରି ଖାଲି ପଡିଥିଲା ଅଧ୍ୟକ୍ଷ ପଦ । ନୂଆ ଅଧ୍ୟକ୍ଷ ନିଯୁକ୍ତ କଲେ ରାଜ୍ୟ ସରକାର । ମନ୍ଦାକିନୀ କରଙ୍କୁ ବରଖାସ୍ତ ପରେ ଖାଲିପଡିଥିଲା ପଦ ।










