33.1 C
Bhubaneswar
Sunday, September 29, 2024
Homeଖେଳସାଉଥ୍ ଆଫ୍ରିକା ମହିଳା କ୍ରିକେଟର୍ ନିକର୍କଙ୍କ ଅବସର

ସାଉଥ୍ ଆଫ୍ରିକା ମହିଳା କ୍ରିକେଟର୍ ନିକର୍କଙ୍କ ଅବସର

ଜୋହାନ୍ସବର୍ଗ : ସାଉଥ୍ ଆଫ୍ରିକା ମହିଳା କ୍ରିକେଟ୍ ଦଳର ପୂର୍ବତନ ଅଧିନାୟିକା ଡେନ୍ ଭାନ୍ ନିକର୍କ ଗୁରୁବାର ତାଙ୍କ ଅନ୍ତର୍ଜାତୀୟ କ୍ୟାରିଅର୍‌ରୁ ଅବସର ଘୋଷଣା କରିଛନ୍ତି । ୬ ଦିନ ତଳେ ନିକର୍କଙ୍କ ଅବସର ନେଇ ପତ୍ନୀ ମାରିଜେନ୍ କାପ୍ ସଙ୍କେତ ଦେଇଥିଲେ । ୨୯ ବର୍ଷୀୟା ନିକର୍କ ଦିନିକିଆରେ ସାଉଥ୍ ଆଫ୍ରିକାର ଷଷ୍ଠ ଓ ଟି-୨୦ରେ ଦ୍ୱିତୀୟ ସର୍ବାଧିକ ସ୍କୋରର୍ । ଏହାଛଡ଼ା ହଜାରେ ରନ୍ ସହ ୫୦ ୱିକେଟ୍ ଓ ୫୦ କ୍ୟାଚ୍‌ର ସଫଳତା ପାଇବାରେ ସେ ବିଶ୍ୱର ୬ ଜଣ ମହିଳା କ୍ରିକେଟର୍‌ଙ୍କ ମଧ୍ୟରେ ସାମିଲ୍ ।

ତାଙ୍କ ନେତୃତ୍ୱରେ ସାଉଥ୍ ଆଫ୍ରିକା ୫୦ ଦିନିକିଆରୁ ୨୯ଟିରେ ଓ ୩୦ଟି ଟି-୨୦ରୁ ୧୫ଟିରେ ବିଜୟୀ ହୋଇଛି । ତାଙ୍କ ନେତୃତ୍ୱରେ ଦଳ ଗତ ୨୦୧୭ ଦିନିକିଆ ଓ ୨୦୨୦ ଟି-୨୦ ବିଶ୍ୱକପ୍ ସେମିଫାଇନାଲ୍‌ରେ ପହଞ୍ଚିଥିଲା । ଚଳିତ ମହିଳା ପ୍ରିମିୟର୍ ଲିଗ୍‌ରେ ନିକର୍କ ଆର୍‌ସିବିରେ ସାମିଲ୍ ଥିଲେ ହେଁ ଅଦ୍ୟାବଧି କୌଣସି ମ୍ୟାଚ୍ ଖେଳିବାର ସୁଯୋଗ ପାଇନାହାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking