11.1 C
Bhubaneswar
Friday, January 16, 2026
Homeଖେଳଆଇସିସିକୁ ସୌରଭ ଗାଙ୍ଗୁଲି କମିଟିର ପରାମର୍ଶ; ଟେଷ୍ଟ୍ ସିରିଜ୍‌ରେ ହେଉ ୩ ମ୍ୟାଚ୍‌

ଆଇସିସିକୁ ସୌରଭ ଗାଙ୍ଗୁଲି କମିଟିର ପରାମର୍ଶ; ଟେଷ୍ଟ୍ ସିରିଜ୍‌ରେ ହେଉ ୩ ମ୍ୟାଚ୍‌

ନୂଆଦିଲ୍ଲୀ: ଟେଷ୍ଟ କ୍ରିକେଟ୍‌ର ପ୍ରୋତ୍ସାହନ ପାଇଁ ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନ୍‌ଶିପ୍‌ର ଆରମ୍ଭ କରିଛି। ଇତିମଧ୍ୟରେ ପୂର୍ବତନ ଭାରତୀୟ କ୍ୟାପ୍‌ଟେନ୍ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱାଧୀନ ଆଇସିସି କ୍ରିକେଟ୍ କମିଟି ଟେଷ୍ଟ କ୍ରିକେଟ୍‌କୁ ଆହୁରି ଲୋକପ୍ରିୟ କରିବା ନିମନ୍ତେ ଏକ ବଡ଼ ପରାମର୍ଶ ଦେଇଛି। ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନ୍‌ଶିପ୍ ଅଧୀନରେ ଆସୁଥିବା ସିରିଜ୍‌ରେ ଅତିକମ୍‌ରେ ତିନିଟି ମ୍ୟାଚ୍ ହେବା ଉଚିତ ବୋଲି କମିଟି ଆଇସିସିକୁ କହିଛି। ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁସାରେ, କମିଟି କହିଛି ‘ସାଉଥ୍ ଆଫ୍ରିକା, ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ପରି କେତେକ ଦେଶ କେବଳ ଦୁଇ ମ୍ୟାଚ୍‌ର ସିରିଜ୍ ଖେଳୁଛନ୍ତି। କେବଳ ଭାରତ, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଲମ୍ବା ଟେଷ୍ଟ ସିରିଜ୍ ଖେଳିଥାନ୍ତି। ଏହାଦ୍ୱାରା ଟେଷ୍ଟ କ୍ରିକେଟ୍‌କୁ ପ୍ରୋତ୍ସାହିତ କରିବାରେ ସହାୟତା ମିଳୁନଥିବା ବେଳେ ପଏଣ୍ଟ ବିତରଣରେ ଅନୁଚିତ ହେଉଛି। ଏପରି ଅସମାନତା ଦୂର କରିବା ଏହି ପରାମର୍ଶର ଉଦ୍ଦେଶ୍ୟ।’

ଗାଙ୍ଗୁଲିଙ୍କ ବ୍ୟତୀତ ଶ୍ରୀଲଙ୍କାର ପୂର୍ବତନ କ୍ୟାପ୍‌ଟେନ୍ ମାହେଲା ଜୟବର୍ଦ୍ଧନେ, ସାଉଥ୍ ଆଫ୍ରିକାର ଶନ୍ ପୋଲକ୍‌, ନ୍ୟୁଜିଲାଣ୍ଡର ଡାନିଏଲ୍ ଭିଟୋରୀ, ୱେଷ୍ଟଇଣ୍ଡିଜ୍‌ର ରୋଜର୍ ହାର୍ପର୍ ଏବଂ ଭାରତର ଭିଭିଏସ୍ ଲକ୍ଷଣଙ୍କ ଓ ଆଇସିସି ସଭାପତି ହେବାକୁ ଯାଉଥିବା ଜୟ ଶାହ ଆଇସିସି କ୍ରିକେଟ୍ କମିଟି ସଦସ୍ୟ ଅଛନ୍ତି।

ଆଇସିସି କମିଟି ଅନୁସାରେ ପିଙ୍କ୍ ବଲ୍ ଟେଷ୍ଟ ଅଧିକ ଦର୍ଶକଙ୍କୁ ଷ୍ଟାଡିୟମ୍ ଆଣିବାରେ ସହାୟତ ହୋଇଥାଏ। ନିକଟରେ ପାକିସ୍ତାନରେ ବହୁତ କମ୍ ଲୋକଙ୍କୁ ଷ୍ଟାଡିୟମ୍‌ରେ ଦେଖିବାକୁ ମିଳିଥିଲା। ଭାରତରେ ହୋଇଥିବା ତିନିଟି ପିଙ୍କ୍ ବଲ୍ ଟେଷ୍ଟ୍‌ରେ ସାମାନ୍ୟ ଟେଷ୍ଟ ତୁଳନାରେ ଅଧିକ ଟିକେଟ୍ ବିକ୍ରି ହୋଇଥିଲା। ଟେଷ୍ଟ ଖେଳୁଥିବା ଦେଶଙ୍କୁ ପିଙ୍କ୍ ବଲ୍ ଟେଷ୍ଟ୍‌କୁ ଅଧିକ ସାମିଲ କରିବା ନିମନ୍ତେ ଚିନ୍ତା କରିବା ଉଚିତ ବୋଲି କମିଟି କହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking