23.1 C
Bhubaneswar
Saturday, December 14, 2024
Homeଦେଶ ବିଦେଶସରି କହିଲେ  ଅଲ୍ଲୁ ଅର୍ଜୁନ

ସରି କହିଲେ  ଅଲ୍ଲୁ ଅର୍ଜୁନ

ନୂଆଦିଲ୍ଲୀ : ଜେଲରୁ ବାହାରିଲେ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ । ହାଇକୋର୍ଟରୁ ଜାମିନ ପାଇବା ପରେ ଆଜି ସକାଳୁ ହାଇଦ୍ରାବାଦ ସ୍ଥିତ ଚଞ୍ଚଳଗୁଡା ସେଣ୍ଟ୍ରାଲ ଜେଲରୁ ସେ  ମୁକୁଳିଛନ୍ତି ।  ୫୦ ହଜାର ଟଙ୍କା  ବ୍ୟକ୍ତିଗତ ଗେଲ ବଣ୍ଡରେ ଜାମିନରେ ବାହାରିଛନ୍ତି ଅଲ୍ଲୁ ଅର୍ଜୁନ । ଗତକାଲି ବେଲ ମିଳିଥିଲେ ବି ସେ ରାତି କାଟିଥିଲେ । ପୁଷ୍ପା୨ ସ୍ପେଶାଲ ସୋ ରେ ଗଳା ଚକଟାରେ ମହିଳାଙ୍କ ମୃତ୍ୟୁ ମାମଲାରେ ଗତକାଲି ଅଲ୍ଲୁଙ୍କୁ ପୋଲିସ ଗିରଫ କରିଛି । ଜେଲରୁ ବାହାରିବା ସହ ସରି କହିବା ସହ ଫ୍ୟାନ୍ସମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଆଇନକୁ ସମ୍ମାନ ଦିଏ । ।   ୨୦ ବର୍ଷ ହେବ ଫିଲ୍ମ ଦେଖିବାକୁ ଯାଉଛି , ପୂର୍ୱରୁ ଏପରି ହୋଇନଥିଲା । ସେଦିନ ଘଟଣାକୁ ଦୁର୍ଭାଗ୍ୟ ଜନକ କହିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଅଲ୍ଲୁ ଅର୍ଜୁନ କହିଛନ୍ତି ଦୁର୍ଭାଗ୍ୟଜନିତ  କହିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ମୃତକଙ୍କ ପରିବାରକୁ ଯଥା ସହାୟତା କରିବେ କହିଛନ୍ତି ଅଲ୍ଲୁ ଅର୍ଜୁନ । ଗତକାଲି ତଳକୋର୍ଟ ଅଲ୍ଲୁଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଦେଇଥିଲେ । ଏହାର କିଛି ସମୟ ଭିତରେ ତେଲେଙ୍ଗାନା ହାଇକୋର୍ଟରୁ ମିଳିଥିଲା ଜାମିନ ।  ତାସତ୍ତେ କାହିଁକି ଜେଲରୁ ମୁକୁଳି ନଥିଲେ ତାକୁ ନେଇ ପ୍ରଶ୍ନ ଉଠିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking