32.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶଚୂଡାନ୍ତ ପର୍ଯ୍ୟାୟରେ ସୋନି-ଜି ଏଣ୍ଟରଟେନ୍‌ମେଣ୍ଟ ସମ୍ମିଶ୍ରଣ

ଚୂଡାନ୍ତ ପର୍ଯ୍ୟାୟରେ ସୋନି-ଜି ଏଣ୍ଟରଟେନ୍‌ମେଣ୍ଟ ସମ୍ମିଶ୍ରଣ

ମୁମ୍ବାଇ: ସୋନି ଗ୍ରୁପ୍ ସହ ଜି ଏଣ୍ଟରଟେନ୍‌ମେଣ୍ଟ୍‌ର ସମ୍ମିଶ୍ରଣ ପ୍ରସଙ୍ଗ ବର୍ତ୍ତମାନ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ଜି ଏଣ୍ଟରଟେନ୍‌ମେଣ୍ଟ ଉପରେ ରହିଥିବା ୧୪୯ କୋଟି ଟଙ୍କାର ଋଣ ପରିଶୋଧ କରିବାକୁ କମ୍ପାନୀ କର୍ତ୍ତୃପକ୍ଷ ଆଇଡିବିଆଇ ବ୍ୟାଙ୍କ ସହ ଆଲୋଚନା କରୁଥିବା ଜଣାପଡିଛି । ଏହାବ୍ୟତୀତ ଆକ୍ସିସ୍ ବ୍ୟାଙ୍କ ଓ ଜେସି ଫ୍ଲାୱାର୍ସ ଆଣ୍ଡ୍ କୋ ସହ ୮୦ କୋଟି ଟଙ୍କାର ଋଣ ପରିଶୋଧ ପାଇଁ ମଧ୍ୟ ଉଦ୍ୟମ ଆରମ୍ଭ ହୋଇଛି ।

ସମ୍ମିଶ୍ରଣ ପୂର୍ବରୁ ବକେୟା ଋଣ ପରିଶୋଧ କରିବା ଜରୁରୀ ବୋଲି କୁହାଯାଇଛି । ସମ୍ମିଶ୍ରଣ ପରେ ସୋନି ପିକ୍‌ଚର୍ସ ନେଟ୍‌ୱାର୍କ ଇଣ୍ଡିଆର ଅଂଶଧନ ୫୧ ପ୍ରତିଶତକୁ ବୃଦ୍ଧି ପାଉଥିବାବେଳେ ଜି ପ୍ରତିଷ୍ଠାତାଙ୍କ ହାତରେ ୩.୯୯ ପ୍ରତିଶତ ଏବଂ ଅବଶିଷ୍ଟ ଅଂଶଧନ ଜନସାଧାରଣଙ୍କ ନିକଟରେ ରହିବ ବୋଲି ଜଣାପଡିଛି ।

ବର୍ତ୍ତମାନ ଜି ଏଣ୍ଟରଟେନ୍‌ମେଣ୍ଟକୁ ଋଣ ଦେଇ ଅର୍ଥ ଫେରସ୍ତ ପାଇନଥିବା ସଂସ୍ଥାଗୁଡିକ ବ୍ୟାଙ୍କରପ୍‌ସି (ଦେବାଳିଆ) ଅଦାଲତଙ୍କ ଦ୍ୱାରସ୍ଥ ହେବାରେ ଲାଗିଛନ୍ତି । ଗତମାସରେ ଜି ଏଣ୍ଟନ୍ଟନ୍‌ମେଣ୍ଟ ପକ୍ଷରୁ ଇଣ୍ଡ୍‌ସଇଣ୍ଡ ବ୍ୟାଙ୍କର ଋଣ ପରିଶୋଧ କରାଯାଇଥିବାବେଳେ ବ୍ୟାଙ୍କ କର୍ତ୍ତୃପକ୍ଷ ଅଦାଲତରୁ ମାମଲା ପ୍ରତ୍ୟାହାର କରିନେଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking