30.1 C
Bhubaneswar
Friday, March 20, 2026
Homeଦେଶ ବିଦେଶହସ୍ପିଟାଲରୁ ଡିସଚାର୍ଜ ହେଲେ ସୋନିଆ ଗାନ୍ଧୀ

ହସ୍ପିଟାଲରୁ ଡିସଚାର୍ଜ ହେଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପେଟ ଜନିତ ରୋଗର ଚିକିତ୍ସା ପରେ ଗୁରୁବାର ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ପେଟ ସଂକ୍ରମଣ ପାଇଁ ସୋନିଆଙ୍କ ଜୁନ୍ ୧୫ ତାରିଖରେ ଭର୍ତ୍ତି କରାଯାଇଥିଲା ବୋଲି ହସ୍ପିଟାଲ ପକ୍ଷରୁ ନିଶ୍ଚିତ କରାଯାଇଛି। ଗତ ଚାରି ଦିନ ଧରି ସୋନିଆ ଗାନ୍ଧୀ କଡ଼ା ଡାକ୍ତରୀ ପର୍ଯ୍ୟବେକ୍ଷଣରେ ରହିଥିଲେ।

ଯତ୍ନ ନେଉଥିବା ଡାକ୍ତରମାନେ ସୋନିଆଙ୍କ ସ୍ୱାସ୍ଥ୍ୟ ସ୍ଥିର ଅଛି ବୋଲି କହିଥିଲେ । ଯାହା ଫଳରେ ତାଙ୍କୁ ଆଜି ମେଡିକାଲ ରୁ ଡିସଚାର୍ଜ କରାଯାଇଛି । ତାଙ୍କ ପୁଅ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ତାଙ୍କୁ ଘରକୁ ନେବା ପାଇଁ ହସ୍ପିଟାଲରେ ପହଞ୍ଚିଥିଲେ। ପେଟ ସମସ୍ୟା ପାଇଁ ତାଙ୍କୁ ଭର୍ତ୍ତି କରାଯାଇଥିଲା, ଯାହା ଔଷଧ ଦ୍ୱାରା ପରିଚାଳିତ ହୋଇଛି। ତାଙ୍କ ଅବସ୍ଥାରେ ଉନ୍ନତି ହୋଇଛି, ଏବଂ ତାଙ୍କୁ ଜଣେ ବାହ୍ୟ ରୋଗୀ ଭାବରେ କଡ଼ା ନଜର ରଖାଯିବ,” ଡାକ୍ତରମାନେ ଏକ ବିଜ୍ଞପ୍ତିରେ କହିଛନ୍ତି। ଗତ ରବିବାର ତାଙ୍କୁ ହସ୍ପିଟାଲର ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗରେ ଭର୍ତ୍ତି କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking