16.1 C
Bhubaneswar
Monday, February 9, 2026
Homeଦେଶ ବିଦେଶବାପାକୁ ଛୁରୀ ଭୁସି ମାରିଦେଲା ପୁଅ

ବାପାକୁ ଛୁରୀ ଭୁସି ମାରିଦେଲା ପୁଅ

ଲକ୍ଷ୍ନୌ : ପୁଅର ନାରକୀୟ କାଣ୍ଡ। ବୀମା ଟଙ୍କା ପାଇବା ପାଇଁ ବାପାକୁ ହତ୍ୟା ନେଇ ରଚିଥିଲା ସାଂଘାତିକ ପ୍ଲାନ। ବୁଢ଼ା ବାପାକୁ ଗାଡ଼ିରେ ବସାଇ ବୁଲାଇବାକୁ ନେଲା। ଆଉ ନିଛାଟିଆ ରାସ୍ତା ଉପରେ ପଛପଟୁ ଛୁରୀ ଭୁସି ହତ୍ୟା କରିଦେଲା। ଆଉ ପୋଲିସକୁ ଭ୍ରମିତ କରିବା ପାଇଁ ନିଜ ଛାତିରେ ମଧ୍ୟ ଛୁରୀରେ ଆଘାତ କରିଥିଲା। ଯେପରି ପୋଲିସ ଅଭିଯୁକ୍ତ ପୁଅ ଉପରେ ସନ୍ଦେହ ନକରିବ, ସେଥିପାଇଁ ହତ୍ୟା ପରେ ବୁଦା ଭିତରେ ଛୁରୀକୁ ଲୁଚାଇଦେଲା। ଆଉ ନିଜେ ଯାଇ ବାପା ହତ୍ୟା ନେଇ ଥାନାରେ ଅଭିଯୋଗ କଲା। ପୋଲିସ ମଧ୍ୟ ଅଭିଯୋଗ ଆଧାରରେ ଅଭିଯୁକ୍ତକୁ ଖୋଜିବା ପାଇଁ ବାହାରିଲା, ଆଉ ଶେଷରେ ଯାହା ଜାଣିବାକୁ ପାଇଲା ନିଜେ ମଧ୍ୟ ଚକିତ ହୋଇଗଲା।

ଏପରି ଏକ ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ନୋଏଡାରେ। ଯେଉଁଠି ଜଣେ ପୁଅ ଯାହାଙ୍କ ନାମ ସନ୍ତୋଷ ବୋସାକ, ସେ ତାଙ୍କ ବାପା ପ୍ରକାଶ ବୋସାକଙ୍କ ସହ ରହୁଥିଲେ। ହେଲେ ଦିନେ ବାପାଙ୍କୁ ଗାଡିରେ ବସାଇ ବାହାରକୁ ନେଇଯାଇଥିଲେ। ଆଉ ଏକ ନିଛାଟିଆ ରାସ୍ତା ଦେଖି ଗାଡ଼ି ଅଟକାଇ ଥିଲେ। ଏବଂ ତାଙ୍କ ବାପାଙ୍କୁ କହିଥିଲେ ପରିସ୍ରା ଯିବା ପାଇଁ। ଯେତେବେଳେ ପ୍ରକାଶ ପରିସ୍ରା ପାଇଁ ରାସ୍ତା କଡ଼କୁ ଯାଇଥିଲେ, ସେତେବେଳେ ତାଙ୍କ ପୁଅ ସନ୍ତୋଷ ଏକ ଧାରୁଆ ଛୁରୀରେ ବାପାର ପଛପଟୁ ଆକ୍ରମଣ କରିଥିଲା। ଆଉ ସେହିଠାରେ ହିଁ ଟଳି ପଡିଥିଲେ ବାପା ପ୍ରକାଶ। କେବେଳ ଏତିକି ନୁହେଁ ପୋଲିସକୁ ଭ୍ରମିତ କରିବା ପାଇଁ ବାପାକୁ ହତ୍ୟା ପରେ ନିଜ ଛାତିରେ ମଧ୍ୟ ଛୁରୀରେ ଆଘାତ କରିଥିଲା। ଆଉ ଘଟଣା ଘଟାଇ ସାରିବା ପରେ ଛୁରୀକୁ ବୁଦା ଭିତରେ ଲୁଚାଇ ନିଜେ ଥାନାରେ ଯାଇ ବାପାଙ୍କ ହତ୍ୟା ମାମଲା ରୁଜୁ କରିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking