28.1 C
Bhubaneswar
Thursday, July 4, 2024
Homeଅପରାଧକାର୍ଯ୍ୟରତ ନର୍ସଙ୍କୁ ରୋଗୀ କଲେ ଅସଦାଚରଣ: ବିବାଦରେ ପୋଲିସବାବୁଙ୍କ ପୁଅ

କାର୍ଯ୍ୟରତ ନର୍ସଙ୍କୁ ରୋଗୀ କଲେ ଅସଦାଚରଣ: ବିବାଦରେ ପୋଲିସବାବୁଙ୍କ ପୁଅ

ମୟୂରଭଞ୍ଜ: ରୋଗୀ ହୋଇ ଚିକିତ୍ସା ପାଇଁ ଆସିଲେ କର୍ତ୍ତବ୍ୟରତ ସେବିକା ନର୍ସଙ୍କୁ ଚୁମ୍ବନ ଦେଇ ବିବାଦରେ ଯୁବକ। ତେବେ ବାସ୍ତବରେ ଯୁବକଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଇଥିଲା ନା ମନ୍ଦ ଉଦ୍ଦେଶ୍ୟ ରଖି ଡାକ୍ତରଖାନାରେ ଚିକିତ୍ସା ପାଇଁ ଆସିଥିଲେ। ତାହାକୁ ନେଇ ଏବେ ସବୁଠାରୁ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି ସେପଟେ ଏଭଳି ଏକ ବିବାଦରେ ଘେରି ହୋଇଥିବା ଯୁବକ ଜଣେ ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କ ପୁଅ ବୋଲି ଜାଣିବାକୁ ମିଳିଛି । ଯାହା ମାମଲାକୁ ଆହୁରି ସରଗରମ କରିଛି।

ଏପରି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅଞ୍ଚଳରୁ । ଗତକାଲି ରାତି ପ୍ରାୟ ୮ ରୁ ୯ଘଟିକା ସମୟ ମଧ୍ୟରେ ରହିତଦାସ ଅଧିକାରୀ ଔରଫ ଗୁଡୁ କୌଣସି କାରଣରୁ ଚିକିତ୍ସା ହେବା ପାଇଁ କରଞ୍ଜିଆ ଉପଖଣ୍ଡ ଡାକ୍ତରଖାନା ଆସିଥିଲା । କିନ୍ତୁ ସେଠାରେ କାର୍ଯ୍ୟରତ ଜଣେ ଷ୍ଟାଫନର୍ସଙ୍କ ଉପରେ ପଡିଥିଲା ବାବୁଙ୍କ ନଜର । ଏହାପରେ ନର୍ସଙ୍କୁ ଅଶାଳୀନ ବ୍ୟବହାର କରିବା ସହିତ ଚୁମା ଦେଇ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି ଏହି ପୋଲିସ ବାବୁଙ୍କ ବିଗିଡିଯାଇଥିବା ପୁଅ । ତେବେ ଏହି ମହାଶୟ ଜଣକ ଅବସରପ୍ରାପ୍ତ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅମିତା ପଟ୍ଟନାୟକଙ୍କ ପୁଅ ହୋଇଥିବା ସୂଚନା ମିଳିଛି । ବିଭିନ୍ନ ସମୟରେ ଗୁଣ୍ଡାଗର୍ଦ୍ଧି କରି ସେ ଏକାଧିକ ଅପରାଧୀକ ମାମଲାରେ ଜଡିତ ଥିବା ମଧ୍ୟ ଜଣାପଡ଼ିଛି । ଗତକାଲି ପୁଣି ଏପରି ଏକ ଘଟଣାର ଲିଖିତ ଅଭିଯୋଗ ପରେ କରଞ୍ଜିଆ ଥାନା ପୋଲିସ ତଦନ୍ତ କରିବା ସହିତ ଅଭିଯୁକ୍ତ ରହିତ ଦାସ ଅଧିକାରୀକୁ ଅଟକ ରଖି ପଚରାଉଚରା ଜାରି ରକିଛି । ତେବେ ଆଗକୁ କରଞ୍ଜିଆ ପୋଲିସର ପଦକ୍ଷେପ କ’ଣ ହେବ ସେ େଇ ଲୋକଙ୍କ ନଜର ରହିଛି । ଜଣେ ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କ ପୁଅକୁ ଅନୁକମ୍ପା ଦେଖାଇବ ନା ସରକାରୀ ଡ୍ୟୁଟିରେ ଥିବାବେଳେ ଜଣେ ପିଡ଼ିତା ନର୍ସଙ୍କୁ ନ୍ୟାୟ ଦେବ ପ୍ରଶାସନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking