27.1 C
Bhubaneswar
Saturday, June 22, 2024
Homeଅପରାଧମାଆକୁ ଟାଙ୍ଗିଆରେ ହାଣିଲା ପୁଅ

ମାଆକୁ ଟାଙ୍ଗିଆରେ ହାଣିଲା ପୁଅ

ଦେବଗଡ : ମାଆକୁ ଟାଙ୍ଗିଆରେ ହାଣିକି ହତ୍ୟା କରିଛି ନିଜ ପୁଅ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରିଆମାଳ ଥାନା କତ୍ରାପାଲି ଗାଁରେ । ତେବେ ପାରିବାରିକ କାରଣରୁ ଏହା ଘଟାଇଥିବାର ସୂଚନା ମିଳିଛି । ପୋଲିସ ଘଟଣାସ୍ଥଳରେ ପହଂଚି ଅଭିଯୁକ୍ତ ପୁଅକୁ ଅଟକ ରଖିଛି । ମୃତ ମହିଳା ଜଣଙ୍କ ହେଲେ କୁନ୍ତଳା କିଷାନ। ପୁଲିସ ପୁଅ ସୁରେଶ କିଷାନକୁ ଅଟକ ରଖି ପଚରାଉଚରା କରୁଛି। ସୂଚନା ଅନୁସାରେ, ଗତକାଲି ରାତିରେ କୁନ୍ତଳାଙ୍କ ସହ ସୁରେଶଙ୍କର କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ପରେ କୁନ୍ତଳା ଖାଇପିଇ ଘରେ ଶୋଇଥିଲେ। ବଳମ୍ବିତ ରାତିରେ କୁନ୍ତଳା ଶୋଇଥିବା ଅବସ୍ଥାରେ ସୁରେଶ ଏକ ଟାଙ୍ଗିଆ ଆଣି ହତ୍ୟା କରିଥିଲେ। ଏହି ଘଟଣା ସଂପର୍କରେ ଜାଣିପାରି ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking