26.3 C
Bhubaneswar
Thursday, April 9, 2026
Homeଅପରାଧକଟୁରୀରେ ହାଣି ମା’ର ଜୀବନ ନେଲା ପୁଅ

କଟୁରୀରେ ହାଣି ମା’ର ଜୀବନ ନେଲା ପୁଅ

ଭୁବନେଶ୍ବର: ନିଜ ଜନ୍ମ କଲା ମା’କୁ କଟୁରୀରେ ହାଣି ହତ୍ୟା କରିଛି ପୁଅ। ଏଭଳି ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ଥାନା ଅଧୀନ କାକରୁଦ୍ରପୁର ପଞ୍ଚାୟତ ଖମଙ୍ଗ ଗାଁରେ। ପୁଅର କଟୁରୀ ଚୋଟରେ ମା’ଙ୍କର ମୃତ୍ୟୁ ଘଟିଛି। ମୃତ ମହିଳା ହେଲେ ସଂଯୁକ୍ତା ସ୍ବାଇଁ। ପୁଲିସ କହିଛି ଆଜି ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଖମଙ୍ଗ ଗାଁରେ ବୃଦ୍ଧ ବାପା ରାକେନ୍ଦ୍ର ସ୍ୱାଇଁ ଓ ମା’ ସଂଯୁକ୍ତା ସ୍ୱାଇଁ ନାତିର ପୂଜାକୁ ନେଇ ଆଲୋଚନା କରୁଥିବା ବେଳେ ଏହି ସମୟରେ ସାନ ପୁଅ ବାଦଲ ସ୍ୱାଇଁ କୌଣସି କଥାକୁ ନେଇ ଉତକ୍ଷିପ୍ତ ହୋଇଥିଲା। ପରିବାର ଲୋକଙ୍କୁ ଗାଳି ଗୁଲଜ କରିଥିଲା। ପରେ ମା’ ଆକଟ କରିବାରୁ ଗାଳିଗୁଲଜ କରୁଥିବା ସମୟରେ ବାପା ରାଜେନ୍ଦ୍ର ଅଟକାଇବାକୁ ଉଦ୍ୟମ କରିଥିଲେ। ସେଠାରେ ବାଲିପାଟଣା ପୁଲିସ ପହଞ୍ଚିବା ସହ ପରିବାର ଲୋକଙ୍କ ସହିତ କଥା ହୋଇ ଯୁବକକୁ ଧରିବା ପାଇଁ ଏକ ଟିମ୍ ପଠାଇଛନ୍ତି। ବାଲିଅନ୍ତା ଥାନା ଅଧିକାରୀ ମେଡ଼ିକାଲରେ ପହଞ୍ଚିବା ବେଳକୁ ସଂଯୁକ୍ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛନ୍ତି। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ପୁଲିସର ଏକ ଟିମ କ୍ୟାପିଟାଲ ହସ୍ପିଟାଲକୁ ଯିବା ସହ ପରିବାର ଲୋକଙ୍କ ସହିତ କଥା ହୋଇ ଘଟଣା ସମ୍ପର୍କରେ ଅଧିକ ସୂଚନା ସଂଗ୍ରହ କରୁଛି। ଅଭିଯୁକ୍ତ ବାଦଲକୁ ପୁଲିସ ଗିରଫ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking