ଢେଙ୍କାନାଳ : ସମ୍ପତ୍ତି ପାଇଁ ବାପାକୁ ମାରିଲା ପୁଅ । ମୃତଦହେକୁ ପୋଡିବାକୁ ମଶାଣିକୁ ନେଉଥିଲା । ହେଲେ ବାଟରେ ମାଡି ବସିଲା ପୋଲିସ । ଏଭଳି ଏକ ଅଭାବନୀୟ ଘଟଣା ଢେଙ୍କାନାଳ ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ କୋରିଆଁ ଜୁଆଙ୍ଗ ବସ୍ତିରେ ଘଟିଛି । ମୃତକଙ୍କ ନାଁ ତ୍ରିଲୋଚନ ପ୍ରଧାନ । ସମ୍ପତ୍ତିକୁ ନେଇ ବାପ ପୁଅଙ୍କ ମଧ୍ୟରେ ମଝିରେ ମଝିରେ ଝଗଡା ହେଉଥିଲା । ଗତକାଲି ନିଶାସକ୍ତ ଅବସ୍ଥାରେ ପ୍ରକାଶ ଘରକୁ ଆସି ଝଗଡା କରିଥିଲା ।
ପରେ ଉତକ୍ଷିପ୍ତ ହୋଇ ପ୍ରକାଶ ବ୍ଲେଡରେ ବାପାଙ୍କ ବେକକୁ କାଟି ଦେଇଥିଲା । ବାପାକୁ ହତ୍ୟା କରିବା ପରେ ବାପାର ମୃତଦେହକୁ ପୋଡିବାକୁ ମଶାଣିକୁ ନେଉଥିଲା । ଏହି ସମୟରେ ଟାଉନ ଥାନା ପୋଲିସ ଚଢାଉ କରି ପ୍ରକାଶକୁ ଧରିଥିଲା । ପରେ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା ।