27.1 C
Bhubaneswar
Sunday, September 29, 2024
Homeଅପରାଧପୁଅ କଲା ଲଭ୍‌ ମ୍ୟାରେଜ୍‌ ଆଉ ତାପରେ..

ପୁଅ କଲା ଲଭ୍‌ ମ୍ୟାରେଜ୍‌ ଆଉ ତାପରେ..

ବରେଲି: ଏବେ ବି କୁ-ସଂସ୍କାର ଆଉ ହୀନମାନସିକତାକୁ ଜାବୁଡ଼ି ଧରି ସମାଜରେ ବଞ୍ଚୁଛନ୍ତି ଲୋକେ। ଏହାର ସମାଧାନ ପାଇଁ କେଉଁଠି ଅଭାବ ରହୁଛି, ତାହା ତ ପ୍ରଶ୍ନବାଚୀ କିନ୍ତୁ ଏଭଳି କୁସଂସ୍କାର ଆଉ ଅନ୍ଧ-ପରମ୍ପରା ପାଇଁ ଯେ କେତେ ପରିବାର ଉଜୁଡ଼ି ଯାଉଛି, ତାହା ହୁଏତ କାହାର ନଜରକୁ ଆସୁନି। ଏଇ ଯେମିତି ଉତ୍ତରପ୍ରଦେଶ ବରେଲି ଜିଲ୍ଲାର ବିଲୋଆ ଗାଁର ଘଟଣା। ପୁୂଅ ପ୍ରେମ ବିବାହ କଲା ବୋଲି ମା’କୁ ପିଟିପିଟି ମାରିଦେଲେ ଗାଁ ଲୋକେ। ଉଭୟ ବାପା ମାଆଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଗାଁ ଲୋକେ, ବାପା କୌଣସିମତେ ଖସିଯିବା ବେଳେ୪୦ ବର୍ଷୀୟ ମା ସବୁୂଦିନ ପାଇଁ ଆରପାରିକୁ ଚାଲିଗଲା।

ଏ ଘଟଣାକୁ ନେଇ ତମାମ ସୂଚନା ଦେଇଛି ପୁଲିସ୍‌। ଘଟଣାରେ ସମ୍ପୃକ୍ତ ଛଅଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ ପୋଲିସ୍‌ ମାମଲା ରୁଜ୍ଜୁ କରି ତାଙ୍କୁୂ ଗିରଫ କରିସାରିଛି। ଫରୀଦପୁର ଥାନାଅଧିକାରୀ କହିଛନ୍ତି ଯେ, ମୃତକଙ୍କ ସ୍ୱାମୀଙ୍କ ଅଭିଯୋଗ ଅନୁଯାୟୀ ଏକ ମାମଲା ରୁଜ୍ଜୁ କରି ଛଅଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ ମୃତକଙ୍କ ଶବ ବ୍ୟବଚ୍ଛେଦ ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ମୃତକଙ୍କ ସ୍ୱାମୀ କହିଛନ୍ତି ଯେ, ତାଙ୍କ ପୁଅ ବର୍ଷେ ତଳେ ସେହି ଗାଁର ଗୋଟିଏ ଝିଅକୁ ଭଲପାଇ ଲୁଚିକି ଘରୁ ପଳାଇ ବିବାହ କରିଥଲେ। ସେହି ଦିନ ଠାରୁ ଗାଁ ଲୋକଙ୍କୁ ଉସକାଇ ଝିଅର ପରିବାର ଲୋକେ ପୁଅର ପରିବାରକୁ ଜୀବନରୁ ମାରିଦେବାକୁ ଧମକ ଦେଉଥିଲେ।

ଏହି ଡରରେ ପୁରା ପରିବାର ଘର ଛାଡ଼ିଥିଲେ, କିନ୍ତୁ ଶୁକ୍ରବାର ଯେତେବେଳେ ଉଭୟ ସ୍ୱାମୀ ସ୍ତ୍ରୀ ଗାଁରେ ପହଞ୍ଚିଥିଲେ, ଝିଅର ପରିବାର ଲୋକଙ୍କ ସହିତ କିଛି ଗାଁ ଲୋକେ ଲାଠି ଠେଙ୍ଗାରେ ଉଭୟଙ୍କୁ ଆକ୍ରମଣ କରିଥିଲେ। ସ୍ୱାମୀ ଖସିଯିବାରେ ସକ୍ଷମ ହୋଇଥିବା ବେଳେ ମହିଳାଙ୍କୁ ଲୋକମାନେ ପିଟିପିଟି ମାରିଦେଇଥିଲେ। ଏ ଘଟଣାରେ ପୁଲିସ ମାମଲା ରୁଜ୍ଜୁ କରି ଛଅଜଣଙ୍କୁ ଗିରଫ କରିଛି। ତେବେ ସମାନ୍ୟ ପ୍ରେମ ବିବାହ ପାଇଁ ଏହିଭଳି ଗୋଟିଏ ପରିବାରକୁ ଗାଁରୁ ବିଚ୍ଛେଦ କରିବା ଏବଂ ତାଙ୍କୁ ପିଟିପିଟି ମାରିଦେବା ଘଟଣାକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking