27.1 C
Bhubaneswar
Saturday, July 6, 2024
Homeଓଡିଶାଶ୍ୱଶୁର ଘରେ ଜ୍ୱାଇଁର ଆତ୍ମହତ୍ୟା

ଶ୍ୱଶୁର ଘରେ ଜ୍ୱାଇଁର ଆତ୍ମହତ୍ୟା

ବୈଶିଙ୍ଗା : ବୈଶିଙ୍ଗା ଥାନା ଅନ୍ତର୍ଗତ ଦିଗାନଗର ଗ୍ରାମରେ ଜନୈକ ଯୁବକ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । କେନ୍ଦ୍ରାପଡ଼ା ଜିଲ୍ଲାର ଜମ୍ବୁ ମେରାଇନ୍ ଥାନା ବାଘୁଆମେଦି ଗ୍ରାମର ଗୁନା ସିଂଙ୍କ ପୁଅ ଦୁରିଆ(୨୬) ବୈଶିଙ୍ଗା ଥାନା ଅନ୍ତର୍ଗତ ଦିଗାନଗର ଗ୍ରାମର ଶୁକୁରା ସିଂଙ୍କ ଝିଅ ଶକୁନ୍ତଳାଙ୍କୁ ବିବାହ କରିଥିଲେ । ବର୍ଷେ ହେବ ଦୁରିଆ ଆସି ଶ୍ୱଶୁରଙ୍କ ଘରେ ଦିଗାନଗର ଗ୍ରାମରେ ସ୍ତ୍ରୀ’ଙ୍କ ସହ ରହି ଆସୁଥିଲେ । ସବୁ କିଛି ଠିକ୍‌ଠାକ୍ ଚାଲିଥିଲା ବେଳେ ହଠାତ୍ କୈଣସି କାରଣରୁ କାଲି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ସୋମବାର ସକାଳେ ଘରେ କେହି ନଥିବା ବେଳେ ଦୁରିଆ ଘର ଭିତରେ ଫାଶି ଲଗାଇ ଦେଇଛନ୍ତି । ଶ୍ୱଶୁର ଘର ଲୋକେ ଏହା ଦେଖି ପୁଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ କରାଇଛି । ଏଥିସହ ଏକ ମାମଲା ରୁଜୁ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking