24.1 C
Bhubaneswar
Sunday, October 20, 2024
Homeଓଡିଶାଶ୍ୱଶୁର ଘରେ ଜ୍ୱାଇଁଙ୍କ ଗଳାକାଟି ହତ୍ୟା ଉଦ୍ୟମ

ଶ୍ୱଶୁର ଘରେ ଜ୍ୱାଇଁଙ୍କ ଗଳାକାଟି ହତ୍ୟା ଉଦ୍ୟମ

ଜଗତସିଂହପୁର : ଏରସମା ବ୍ଲକ ପଦ୍ମପୁର ପଞ୍ଚାୟତର ଏକ ଅଭାବନୀୟ ଘଟଣଶ ଦେଖିବାକୁ ମିଳିଛି । ଶ୍ୱଶୁର ଘରେ ଜ୍ୱାଇଁ ବିଶିକେଶନ ବେହେରାଙ୍କୁ ଶାଶୁ, ଶ୍ୱଶୁର ଓ ସ୍ତ୍ରୀ ମିଶି ଗଳାକାଟି ହତ୍ୟା ଉଦ୍ୟମ କରିଛନ୍ତି । ଗ୍ରାମବାସୀ ବିଶିକେଶନଙ୍କୁ ଉଦ୍ଧାର କରି ଏରସମା ମେଡିକାଲରେ ଭର୍ତ୍ତି କରିଥିଲେ । ଏ ନେଇ ବିଶିକେଶନ ଏରସମା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପ୍ରକାଶ ଯେ, ଜାନକାଦେଇପୁର ପଞ୍ଚାୟତ ଦୁର୍ଗାପୁର ବଉଳିଆ ଗ୍ରାମର ବିଶିକେଶନ ବେହେରା ପଦ୍ମପୁର ପଞ୍ଚାୟତରେ ବିବାହ କରିଥିଲେ । ହେଲେ ସବୁବେଳେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା । ସ୍ତ୍ରୀ ମିନୁ ଯାଇ ତାଙ୍କ ବାପ ଘରେ ରହୁଥିଲେ । ରବିବାର ବିଶିକେଶନଙ୍କୁ ଶାଶୂ ନିରୂପମା, ଶ୍ୱଶୁର ଜଗା ଓ ସ୍ତ୍ରୀ ମିନୁ ଶ୍ୱଶୁର ଘରକୁ ଡାକିଥିଲେ । ସେଠାରେ ସେ ଶୋଇଥିବା ଅବସ୍ଥାରେ ଯୋଜନାବଦ୍ଧଭାବେ ଧାରୁଆ ଛୁରୀରେ ଗଳା କାଟିଦେଇଥିଲେ । ଚିତ୍କାର କରିବାରୁ ଗ୍ରାମବାସୀ ଏରସମା ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିବା ଅଭିଯୋଗରେ ଦର୍ଶାଇଛନ୍ତି । ଅଭିଯୋଗ ପରେ ଶାଶୂ, ଶ୍ୱଶୁର ଓ ସ୍ତ୍ରୀ ଫେରାର୍ ଅଛନ୍ତି । ଥାନା ପକ୍ଷରୁ କେସ୍ ନଂ. ୧୩୧/୨୦୨୨ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking