22.1 C
Bhubaneswar
Thursday, February 26, 2026
Homeଓଡିଶାସ୍ତ୍ରୀକୁ ମାରିବାକୁ ନିଆଁ ଲଗାଇଲେ ଜ୍ୱାଇଁ: ଗୁରୁତର ଶ୍ୱଶୁରଙ୍କ ମୃତ୍ୟୁ

ସ୍ତ୍ରୀକୁ ମାରିବାକୁ ନିଆଁ ଲଗାଇଲେ ଜ୍ୱାଇଁ: ଗୁରୁତର ଶ୍ୱଶୁରଙ୍କ ମୃତ୍ୟୁ

ବାଲେଶ୍ବର: ସ୍ତ୍ରୀକୁ ଜୀବନରୁ ମାରିଦେବା ପାଇଁ ଶ୍ବଶୁର ଘରେ ନିଆଁ ଲଗାଇ ଦେଇଥିଲା ଯୁବକ । ନିଆଁରେ ପୋଡ଼ି ହୋଇ ଗୁରୁତର ଥିବା ଶ୍ବଶୁରଙ୍କର ଆଜି ମୃତ୍ୟୁ ହୋଇଛି । ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ନାରାୟଣପୁର ଗାଁରେ ଗତ ୧୭ ତାରିଖରେ ଘଟିଥିଲା ଏହି ଅଭାବନୀୟ ଘଟଣା । ମୃତକ ହେଲେ ରାଜେନ୍ଦ୍ର ସାମନ୍ତରାୟ ।ରାଜେନ୍ଦ୍ରଙ୍କ ଝିଅ ଓ ପରିବାର ଲୋକଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଥିଲା ଜ୍ବାଇଁ । ଝିଅକୁ ବଞ୍ଚାଇବାକୁ ଯାଇ ଶ୍ବଶୁର, ଶାଶୁ ଏବଂ ଶଳା ଗୁରୁତର ଭାବେ ଆହତ ହୋଇଥିଲେ । ଏହି ଘଟଣାରେ ଅଭିଯୁକ୍ତ ଯୁବକକୁ ଗିରଫ କରି ପୋଲିସ ତଦନ୍ତ ଜାରି ରଖିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking