22.1 C
Bhubaneswar
Thursday, December 5, 2024
Homeଅପରାଧରକ୍ତାକ୍ତ ହେଲା ରକ୍ତ ସମ୍ପର୍କ : ରାସ୍ତା ମଝିରେ ଜନ୍ମ କଲା ବାପା ମାଆଙ୍କୁ ହାଣିଲା...

ରକ୍ତାକ୍ତ ହେଲା ରକ୍ତ ସମ୍ପର୍କ : ରାସ୍ତା ମଝିରେ ଜନ୍ମ କଲା ବାପା ମାଆଙ୍କୁ ହାଣିଲା ପୁଅ

ଥିରୁଅନନ୍ତପୁରମ: ସୈତାନ ସାଜିଲା ସନ୍ତାନ । ରାସ୍ତା ମଝିରେ ଜନ୍ମ କଲା ବାପାମାଆଙ୍କୁ ହାଣିଲା ପୁଅ। ଆଜି କେରଳ ଥିସୁର ଅଞ୍ଚଳରେ ଏହି ଜଘନ୍ୟ କାଣ୍ଡ ଘଟିଛି । ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ପୁଅ ରାସ୍ତା ଉପରେ ବାପାମାଆଙ୍କୁ ଏକ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛି । ଅଭିଯୁକ୍ତର ନାମ ୩୦ ବର୍ଷୀୟ ଅନୀଶ ବୋଲି ସୂଚନା ମିଳିଛି । ଆଜି ଦିନ ପ୍ରାୟ ୧୦ଟା ସମୟରେ ଏହି ହତ୍ୟାକାଣ୍ଡ ଘଟିଛି । ସକାଳେ ଅଭିଯୁକ୍ତର ବାପାମାଆ ରାସ୍ତାରେ ଘାସ କାଟୁଥିଲେ । ଏହି ସମୟରେ ଅଭିଯୁକ୍ତ ଅନୀଶ ଏକ ଧାରୁଆ ଅସ୍ତ୍ର ଆଣି ସେଠାରେ ପହଞ୍ଚି ଥିଲା ଏବଂ ନିଜ ବାପାମାଆଙ୍କୁ ହତ୍ୟା କରିଥିଲା । ହତ୍ୟା ପରେ ସେ ନିଜେ ପୋଲିସକୁ ଫୋନ କରି ନିଜର କାଣ୍ଡ ସମ୍ପର୍କରେ ସୂଚନା ଦେଇଥିଲା ଏବଂ ବାଇକ୍ ନେଇ ଘରୁ ପଳାଇ ଯାଇଥିଲା। ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିବାର ପୋଲିସ କହିଛି । ଏନେଇ ତଦନ୍ତ ଆରମ୍ଭ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking