21.1 C
Bhubaneswar
Monday, November 18, 2024
Homeଅପରାଧସମ୍ପତ୍ତି ପାଇଁ ପିଟି ପିଟି ବାପାର ଜୀବନ ନେଲା ପୁଅ

ସମ୍ପତ୍ତି ପାଇଁ ପିଟି ପିଟି ବାପାର ଜୀବନ ନେଲା ପୁଅ

ଚେନ୍ନାଇ: ସମ୍ପତ୍ତି ପାଇଁ ଜନ୍ମକଲା ପୁଅର ନାରକୀୟ କାଣ୍ଡ । କ୍ରୋଧରେ ଜର୍ଜିରିତ ହୋଇ ନେଲା ବାପାର ଜୀବନ । ଏଭଳି ଏକ ଅମାନବୀୟ ଘଟଣା ଘଟିଛି ତାମିଲନାଡୁରେ । ସମ୍ପତ୍ତି ବିବାଦରେ ଜଣେ ପୁଅ ତାଙ୍କ ପିତାଙ୍କୁ ଅତି ନିର୍ମମ ଭାବରେ ଆକ୍ରମଣ କରିଛି । ଯାହାଫଳରେ ପେରମ୍ବାଲୁର ଜିଲ୍ଲାର ଭେପନ୍ତଥାଟାଇ ଅଞ୍ଚଳର ୬୮ବର୍ଷିୟା କୁଜନ୍ତଭାଇଭେଲ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେପଟେ ଘଟଣା ସମୟର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା । ଯାହା ଏବେ ଭାଇରାଲ ହେବାରେ ଲାଗିଛି। ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ପୁଅ ଶକ୍ତିଭେଲକୁ ଗିରଫ କରିଛି ।

ଅଭିଯୋଗ ଅନୁସାରେ, ଶକ୍ତିଭେଲ ତାଙ୍କ ପିତାଙ୍କୁ ସାଗୋ ପ୍ଲାଣ୍ଟ ସମେତ କିଛି ସମ୍ପତ୍ତି ତାଙ୍କ ନାମରେ କରିବାକୁ କହିଥିଲେ । କିନ୍ତୁ ବାପା କୁଜନ୍ତଭାଇଭେଲ ସଫା ସଫା ମନା କରି ଦେଇଥିଲେ । କୁଜନ୍ତଭାଇଭେଲଙ୍କ ସାଲେମ ଜିଲ୍ଲାର ଥାଲାଇଭାସାଲ ନିକଟ ସରଭୋଇ ପୁଦୁରରେ ଏକ ସାଗୋ ପ୍ଲାଣ୍ଟ, ପେରମ୍ବାଲୁରରେ ଏକ ଚାଉଳ କାରଖାନା ରହିଛି । ହେଲେ ପୁଅ ଶକ୍ତିଭେଲ ତାର ପରିବାର ସହିତ ସାଲେମର ଆଟୁରରେ ରହୁଥିଲା । ଫେବୃଆରୀ ୧୬ରେ ଶକ୍ତିଭେଲ ତାଙ୍କ ପିତାଙ୍କ ଘରକୁ ଆସି ଆକ୍ରମଣ କରିଥିଲେ । କୁଜନ୍ତଭାଇଭେଲଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ପୁଅର କ୍ରୋଧ ଶାନ୍ତ ହୋଇନଥିଲା ସେ ପୁଣିଥରେ ତାଙ୍କ ପିତାଙ୍କୁ ଆକ୍ରମଣ କରିଥିଲେ ।ଫଳରେ ତାଙ୍କର ଏପ୍ରିଲ ୧୮ ତାରିଖରେ ମୃତ୍ୟୁ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking