22.1 C
Bhubaneswar
Monday, January 12, 2026
Homeଅପରାଧମୋବାଇଲ୍ ପାଇଁ ବାପାକୁ ହାଣିଲା ପୁଅ

ମୋବାଇଲ୍ ପାଇଁ ବାପାକୁ ହାଣିଲା ପୁଅ

ରାୟଗଡ଼ା: ମୋବାଇଲ ପାଇଁ ଟଙ୍କା ନଦେବାରୁ ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ ଭଳି ଏଭ ଅଭାବନୀୟ ଘଟଣା ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଚାନ୍ଦିଲି ଥାନା ଅନ୍ତର୍ଗତ କୈଳାସପୁର ପଞ୍ଚାୟତର ଲାଲିବା ଗାଁରେ ଘଟିଛି। ମୃତ ବ୍ୟକ୍ତି ଜଣକ ହେଲେ ଭୀମ କାଡ୍ରାକା (୫୭)। ଚାନ୍ଦିଲି ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ପୁଅକୁ ଗିରଫ କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତକାଲି ରାତିରେ ଗାଁର ଭୀମ କାଡ୍ରାକାଙ୍କୁ ତାଙ୍କ ପୁଅ ଉଦୟ କାଡ୍ରାକା ମୋବାଇଲକିଣିବାକୁ ୧୦ ହଜାର ଟଙ୍କା ମାଗିଥିଲେ। ଭୀମ ଜଣେ ଚାଷୀ ହୋଇଥିବାରୁ ଏତେ ଟଙ୍କା କେଉଁଠୁ ଆଣିବେ। ସେ ଟଙ୍କା ଦେଇପାରିବେ ନାହିଁ ବୋଲି ଅକ୍ଷମତା ପ୍ରକାଶ କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ପୁଅ ଉଦୟ ବାପାକୁ ଏକ ଟଙ୍ଗିଆରେ ମୁଣ୍ଡ ସହ ଶରୀର ବିଭିନ୍ନ ସ୍ଥାନକୁ ହାଣି ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଆଜି ତାଙ୍କର ପତ୍ନୀ ଚମ୍ପା କାଡ୍ରାକା ଏ ନେଇ ଚାନ୍ଦିଲି ଥାନାରେ ଏତଲା ଦେବା ପରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଛି। ଥାନା ଅଧିକାରୀ ଉତ୍ତମ କୁମାର ସାହୁଙ୍କ ନେତୃତ୍ୱରେ ପୁଲିସ ଟିମ୍ ଓ ସାଇଣ୍ଟିଫିକ୍ ଟିମ ସହାୟତାରେ ପୁଲିସ ଅନୁସନ୍ଧାନ କରିବା ପରେ ଅଭିଯୁକ୍ତ ପୁଅକୁ ଗିରଫ କରାଯାଇଛି। ମାରଣାସ୍ତ୍ର ଟାଙ୍ଗିଆକୁ ମଧ୍ୟ ପୁଲିସ ଜବତ କରିଛି। ମୃତଦେହ ଜବତ କରି ବ୍ୟବଛେଦ ପାଇଁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking