31.1 C
Bhubaneswar
Friday, October 18, 2024
Homeଅପରାଧସ୍କୁଲ ଭିତରେ ଛାତ୍ରୀଙ୍କ ସହ ହେଲା କିଛି ଏପରି ଆଶର୍ଯ୍ୟଜଣକ ଘଟଣା

ସ୍କୁଲ ଭିତରେ ଛାତ୍ରୀଙ୍କ ସହ ହେଲା କିଛି ଏପରି ଆଶର୍ଯ୍ୟଜଣକ ଘଟଣା

ଢାକା: ବାଂଲାଦେଶରେ ଏକ ସ୍କୁଲର ପ୍ରଧାନଶିକ୍ଷକଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ କରିଥିବା ସ୍କୁଲର ଜଣେ ଛାତ୍ରୀଙ୍କୁ ଜୀବନ୍ତ ଜାଳି ଦିଆଯାଇଛି। ଆଉ ଏସବୁ ପ୍ରଧାନଶିକ୍ଷକଙ୍କ ନିର୍ଦେଶରେ ହୋଇଥିବାର ଜଣାପଡିଛି। ଘଟଣାଟି ବାଂଲାଦେଶର ଫେନି ସହରରେ ଘଟିଥିବା ବେଳେ   ଶୁକ୍ରବାର ପୋଲିସ ଏହି ମାମଲାର ପର୍ଦାଫାଶ କରିଛି। ଏହି ମାମଲାରେ ପୁଲିସ୍ ମୃତ ଛାତ୍ରୀଙ୍କ ସହପାଠୀଙ୍କ ମଧ୍ୟରୁ ୩ ଜଣଙ୍କୁ ଅଟକ ରଖିଛି ଓ ଅନ୍ୟ ଜଣଙ୍କୁ ଗିରଫ କରିଛି।

ପୋଲିସର ସୂଚନା ଅନୁସାରେ ୧୯ ବର୍ଷିୟା ନୁସରତ ଜାହାନ ରାଫି ନାମକ ଜଣେ ଛାତ୍ରୀଙ୍କୁ ତାଙ୍କ ସ୍କୁଲର ପ୍ରଧାନଶିକ୍ଷକଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିଥିଲେ।  ହତ୍ୟା ଦିନ ନୁସରତ ପରୀକ୍ଷା ଦେବାକୁ ସ୍କୁଲକୁ ଯାଇଥିଲେ। ଯେତେବେଳେ ସେ ସ୍କୁଲକୁ ଯାଇଥିଲେ  ତାଙ୍କର କେତେକ ସହପାଠୀ ତାଙ୍କୁ ଛାପ ଉପରକୁ ଡାକିଥିଲେ। ଏହାପରେ ସେ ଛାତଉପରକୁ ଯିବା ପରେ ସେ  ପୁଲିସ୍ ନିକଟରେ କରିଥିବା ଅଭିଯୋଗ ପ୍ରତ୍ୟାହାର କରିବାକୁ ଚାପ ପକାଇଥିଲେ। ନୁସରତ ଅଭିଯୋଗ ପ୍ରତ୍ୟାହାର କରିବାକୁ ମନା କରିବା ପରେ ସେମାନେ ତାକୁ କିରୋସିନ ଢାଳି ଜାଳିଦେଇଥିଲେ।

ଏହାକୁ ନେଇ ବାଂଲାଦେଶର ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଆନ୍ଦୋଳନ ତୀବ୍ର ହୋଇଥିଲା। ଫଲରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି ଅଭିଯୁକ୍ତଙ୍କୁ ଧରିବାକୁ ନିର୍ଦେଶ ଦେଇଥିଲେ। ଏହି କ୍ରମରେ ୧୭ ଅଭିଯୁକ୍ତଙ୍କ ମଧ୍ୟରୁ ୧୫ ଜଣଙ୍କୁ ପୁଲିସ୍ ଗିରଫ କରିଛି। ନୁସରତଙ୍କ ସହପାଠୀଙ୍କୁ ପୁଲିସ୍ ଅଟକ ରଖି ପଚରା ଉଚୁରା କରୁଛି। ଅଭିଯୁକ୍ତ ପ୍ରଧାନଶିକ୍ଷକ ଫେରାର ଅଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking