ରାଜସ୍ଥାନ: ରାଜସ୍ଥାନର ବୁନ୍ଦୀ ଅଂଚଳରେ ଜଣେ ୧୫ ବର୍ଷୀୟା ନାବାଳିକା ସହ ଗଣଦୁଷ୍କର୍ମ ଭଳି ଘଟଣା ସାମ୍ନାକୁ ଆସିଛି । ନାବାଳିକାକୁ ଗଣଦୁଷ୍କର୍ମ ପରେ ପଥରରେ ଛେଚି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ପରିବାର ଲୋକେ ଖୋଜା ଖୋଜି କରିବା ପରେ ଜଙ୍ଗଲ ମଧ୍ୟରୁ ନାବାଳିକାର ଶବ ଉଦ୍ଧାର କରିଥିଲେ ।
ପୋଲିସର ଖବର ମୁତାବକ ଏହି ଘଟଣାରେ ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ତିନି ରାକ୍ଷସ ପ୍ରଥମେ ନାବାଳିକା ସହ ଦୁଷ୍କର୍ମ କରିଥିଲେ ଓ ପରେ ଗଳା କାଟି ତାକୁ ମୃତ୍ୟୁମୁଖରେ ପହଂଚାଇଥିଲେ । ବିରୋଧ କରିବା ପରେ ବି ସେମାନେ ତାକୁ ଛାଡିନଥିଲେ । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ବି ରହିଛି । କେବଳ ୧୨ ଘଣ୍ଟା ଏହି ମାମଲାର ଖୁଲାସା କରି ପୁଲିସ ଦୁଷ୍କର୍ମ ଓ ହତ୍ୟା ମାମଲା ରୁଜୁ କରିଛି । ବୁନ୍ଦୀ ଜିଲ୍ଲାର ବସୋଲୀ ଥାନା ଅଂଚଳ କାଲା କୁଆଁ ଗାଁର ହେଉଛି ଏହି ଘଟଣା । ସେଠାରେ ତିନି ଜଣ ଯୁବକ ୧୫ ବର୍ଷୀୟା ନାବାଳିକାକୁ ଅପହରଣ କରି ଜଙ୍ଗଲକୁ ନେଇ ସେଠାରେ ପର୍ଯ୍ୟାୟକ୍ରମେ ଗଣଦୁଷ୍କର୍ମ କରିଥିଲେ ଓ ଘଟଣାକୁ ସଫଳ କରିବା ପରେ ପ୍ରଥମେ ତା ଗଳା କାଟି ପଥରରେ ଛେଚି ଦେଇଥିଲେ । ସେମାନେ ନାବାଳିକାକୁ ଟାଣି ଟାଣି ଜଙ୍ଗଲକୁ ନେଇ ଯାଇଥିଲେ । ପରିବାର ଲୋକେ ଖୋଜିବା ଆରମ୍ଭ କରିଦେଇଥିଲେ । ସେହି ସମୟରେ ଗାଁର ଜଣେ ମହିଳା କହିଥିଲେ କି ଜଙ୍ଗଲରୁ କିଏ ଚିତ୍କାର କରିବା ଶବ୍ଦ ଶୁଣା ଯାଉଥିଲା । ପରେ ନାବାଳିକାର ପିତା ଖୋଜି ଖୋଜି ଜଙ୍ଗଲ ମଧ୍ୟକୁ ଯାଇଥିଲେ ଓ ପିଡୀତାର ଶବ ଉଲଗ୍ନ ଅବସ୍ଥାରେ ମିଳିଥିଲା ।
ଯେବେ ପୁଲିସକୁ ଏହି ସଂପୂର୍ଣ୍ଣ ଘଟଣା ବିଷୟରେ ଜଣାପଡିଥିଲା, ସେମାନେ ତୁରନ୍ତ ପହଂଚିଥିଲେ । ପୁଲିସ ଅଧୀକ୍ଷକ ଜୟ ଯାଦବଙ୍କୁ ଏ ସଂପର୍କରେ ଜଣାପଡିବା ପରେ ସେ ଅବିଳମ୍ବେ ଅତିରିକ୍ତ ପୁଲିସ ଅଧୀକ୍ଷକଙ୍କ ସହିତ ଘଟଣାସ୍ଥଳରେ ପହଂଚିଥିଲେ । ପରେ ଏଫଏସଏଲ ଟିମ ଓ ଡଗ ସ୍କାଡକୁ ଡକା ଯାଇଥିଲା । ଡଗ ସ୍କାଡ ସାହାଯ୍ୟରେ ଅଭିଯୁକ୍ତଙ୍କ ଚିହ୍ନଟ କରାଯାଇଥିଲା । ଏଥିସହିତ ପୋଲିସ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ହସ୍ପିଟାଲକୁ ପଠାଇଛି ।