27.1 C
Bhubaneswar
Saturday, October 19, 2024
Homeଅପରାଧଲିପ୍ଟ ଦେବା ବାହାନାରେ ବୃଦ୍ଧାଙ୍କ ସହ ହେଲା କିଛି ଏପରି

ଲିପ୍ଟ ଦେବା ବାହାନାରେ ବୃଦ୍ଧାଙ୍କ ସହ ହେଲା କିଛି ଏପରି

କେନ୍ଦ୍ରାପଡା: ପହିଲି ରଜରେ ଲଜ୍ଜା । ଝିଅ ଘରକୁ ଭାର ଧରି ଯାଉଥିବା ବେଳେ ଦୁଷ୍କର୍ମର ଶିକାର ହେଲେ ୮୦ ବର୍ଷିୟ ବୃଦ୍ଧା । ଲିପ୍ଟ ଦେବା ବାହାନାରେ ବୃଦ୍ଧାଙ୍କୁ ଦୁଷ୍କର୍ମ କରି ଘଟଣା ସ୍ଥଳରୁ ଫେରାର ହୋଇଗଲେ ଯୁବକ । ଏଭଳି ଲଜ୍ଜାଜନକ ଘଟଣା ଘଟିଛି କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ । ସୂଚନା ଅନୁୟାୟୀ, ଗତକାଲି ରଜ ଅବସରରେ ୮୦ ବର୍ଷୀୟା ବୃଦ୍ଧା ତାଙ୍କ ଝିଅ ଘରକୁ ପିଠା ଓ ଫଳମୂଳ ଧରି ଘରୁ ବାହାରିଥିଲେ। ଅଟୋକୁ ଅପେକ୍ଷା କରି ସେ ରାସ୍ତାରେ ଛିଡା ହୋଇଥିଲେ । ଦିନ ଦ୍ୱିପହରରେ କୌଣସି ଅଟୋ ନମିଳିବାରୁ ଜଣେ ଯୁବକ ବୃଦ୍ଧାଙ୍କୁ ତାଙ୍କ ଝିଅ ଘରେ ଛାଡି ଦେବାକୁ କହି ବାଇକରେ ବସାଇଥିଲେ ।

କିଛି ବାଟ ଯିବା ପରେ ଯୁବକ ଜଣଙ୍କ ବାଇକଟିକୁ ଗ୍ରାମାଞ୍ଚଳ ଥାନା ଠାରୁ ମାତ୍ର ୩୦୦ମିଟର ଦୂରରେ ଥିବା ଏକ ନିଛାଟିଆ ସ୍ଥାନ ପୋଲ ନିକଟରେ ଅଟକାଇଥିଲେ । ଏହାପରେ ବୃଦ୍ଧାଙ୍କ ଦୁଷ୍କର୍ମ କରିବା ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ଯୁବକ ଜଣଙ୍କ । ଘଟଣାର କେଇ ଘଣ୍ଟା ପରେ ବୃଦ୍ଧା ଜଣଙ୍କ ପୋଲ ଉପରକୁ ଆସି ସ୍ଥାନୀୟ ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ । ଏହାପରେ ସ୍ଥାନୀୟ ଲୋକେ ବୃଦ୍ଧାଙ୍କୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।

ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଡାକ୍ତର ଆଶୁତୋଷ ବାରିକ ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ମେଡିକାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ବୃଦ୍ଧାଙ୍କ ଅବସ୍ଥା ବର୍ତ୍ତମାନ ଗୁରୁତର ଥିବା ଜଣାପଡିଛି । ଅନ୍ୟପଟେ ଏଭଳି ଅମାନୁଷିକ କାଣ୍ଡ ଭିଆଇଥିବା ଯୁବକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ତେବେ ଗ୍ରାମାଞ୍ଚଳ ଥାନା ଠାରୁ ମାତ୍ର ୩୦୦ ମିଟର ଦୂରରେ ଘଟିଛି ଏହି ଲଜ୍ଜାଜନକ ଘଟଣା । ପଟ୍ଟାମୁଣ୍ଡାଇ ଏସଡିପିଓ ସନ୍ଧ୍ୟାରାଣୀ ବେହୁରିଆ, ଗ୍ରାମାଞ୍ଚଳ ଥାନା ଅଧିକାରୀ ଅନ୍ତର୍ଯ୍ୟାମୀ ବିଶ୍ୱାଳ ଘଟଣା ସମ୍ପର୍କରେ ଅଧିକରୁ ଅଧିକ ତଦନ୍ତ ଚଳାଇଥିବା ସୂଚନା ମିଳିଛି । ଜୁନ ୫ ତାରିଖ ଦିନ କଳାହାଣ୍ଡି ଜିଲ୍ଲାରେ ଜଣେ ୭୦ ବର୍ଷୀୟ ବୃଦ୍ଧା ଦୁଷ୍କର୍ମର ଶିକାର ହୋଇଥିବା ଖବର ସାମ୍ନାକୁ ଆସିଥିଲା । ଏନେଇ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରିଥିଲା ପୋଲିସ । ପୀଡିତା ବୃଦ୍ଧା ଜଣଙ୍କ ମାନସିକ ବିକାରଗ୍ରସ୍ତ । ଗିରଫ ଅଭିଯୁକ୍ତ ହେଉଛି ମଙ୍ଗଳପୁର ଗାଁର ଭୁଜ ପହରିଆ । ସେ ଟ୍ରାକ୍ଟର ଡ୍ରାଇଭର ଭାବରେ କାର୍ଯ୍ୟ କରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking