26.1 C
Bhubaneswar
Saturday, October 19, 2024
Homeଅପରାଧକ୍ଲାସ୍‌ରୁମ୍ ଭିତରକୁ ବନ୍ଧୁକ ଧରି ପଶିଗଲେ ଅଜଣା ଯୁବକ; ତା’କରେ କ’ଣ ହେଲା ପୁରା ଘଟଣା...

କ୍ଲାସ୍‌ରୁମ୍ ଭିତରକୁ ବନ୍ଧୁକ ଧରି ପଶିଗଲେ ଅଜଣା ଯୁବକ; ତା’କରେ କ’ଣ ହେଲା ପୁରା ଘଟଣା ଜାଣନ୍ତୁ….

ପଶ୍ଚିମବଙ୍ଗ: କ୍ଲାସ୍‌ରୁମ୍ ଭିତରକୁ ବନ୍ଧୁକ ଧରି ପଶିଗଲେ ଅଜଣା ଯୁବକ । ଭୟରେ ଚିତ୍କାର କଲେ ପିଲା । ଏଭଳି ଅଭାବନୀୟ ଘଟଣା ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ ଦେଖିବାକୁ ମିଳିଛି । ହାତରେ ବନ୍ଧୁକ ଧରି ପିଲାଙ୍କୁ ଧମକାଉଥିଲେ ଯୁବକ । ସେଠାରେ ଉପସ୍ଥିତ ଜଣେ ସ୍କୁଲ୍ କର୍ମଚାରୀ ତାଙ୍କ ହାତରୁ ବନ୍ଧୁକ ଛଡ଼ାଇ ଆଣି ସ୍ଥିତିକୁ ସମ୍ଭାଳିଥିଲେ । ତେବେ ସେହି ଯୁବକଙ୍କ ପରିଚୟ କଣ ଏଯାଏଁ ଜଣାପଡ଼ିନାହିଁ ।

କ୍ଲାସ୍‌ରୁମ୍‌ରେ ଉପସ୍ଥିତ ପିଲାମାନେ ମଧ୍ୟ ତାଙ୍କୁ ଜାଣିନଥିବା ପୋଲିସକୁ କହିଛନ୍ତି । ସୂଚନାନୁଯାୟୀ, ଜଣେ ବ୍ୟକ୍ତି ହଠାତ ସ୍କୁଲ୍‌ର ୮ମ ଶ୍ରେଣୀ କକ୍ଷକୁ ପଶିଯାଇଥିଲେ । ପିଲାଙ୍କୁ ବନ୍ଧୁକ ଦେଖାଇ ଜୀବନରୁ ମାରି ଦେବା ପାଇଁ ଡରାଉଥିଲେ । ପିଲାମାନେ ବନ୍ଧୁକ ଦେଖି ଭୟଭୀତ ହୋଇ ଚିତ୍କାର କଲେ । ଏହାଦେଖି ଜଣେ ସ୍କୁଲ୍ କର୍ମଚାରୀ ଚାଲାକିର ସହ ତାଙ୍କ ଉପରକୁ ଡିଆଁ ମାରି ହାତରୁ ବନ୍ଧୁକ ଛଡ଼ାଇ ଆଣିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଜଣା ଯୁବକଙ୍କୁ ଗିରଫ କରିଛନ୍ତି । ଏହାପରେ କ୍ଲାସ୍‌କୁ ସସ୍‌ପେଣ୍ଡ କରାଯାଇଛି । ଅଭିଯୁକ୍ତ ଜଣକ ହାତରେ ବନ୍ଧୁକ ସହ ଦୁଇଟି ବୋତଲ ମଧ୍ୟ ଆଣିଥିଲେ । ବୋତଲରେ କ’ଣ ଥିଲା ତାହା ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ । ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking