ଭୁବନେଶ୍ବର : ଦୀର୍ଘ ୨୫ ବର୍ଷର ସମର୍ପିତ ସେବା ଓ ଜୀବନବ୍ୟାପୀ ସାଧନା ନିମନ୍ତେ ନୂଆଦିଲ୍ଲୀରେ ସମ୍ମାନିତ ହେବା ପରେ ଆଜି ଓଡ଼ିଶା ଫେରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନଙ୍କୁ ସ୍ବାଗତ କରିବା ପାଇଁ ଲକ୍ଷାଧିକ ଲୋକଙ୍କ ଭିଡ ହୋଇଛି।ବିମାନ ବନ୍ଦରରୁ ନବୀନ ନିବାସ ଯାଏଁ ଜନସମୁଦ୍ର ଦେଖିବାକୁ ମିଳିଛି । ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଦଳର ବହୁ କର୍ମୀ, ଦଳୀୟ କର୍ମକର୍ତ୍ତା ଓ ବୁଦ୍ଧିଜୀବ ଭୁବନେଶ୍ୱରରେ ଏକାଠି ହୋଇଛନ୍ତି। ନାଚ, ଗୀତ, ପାରମ୍ପାରିକ ବାଦ୍ୟରେ ପରିବେଶ କମ୍ପୁଛି।
ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ପରେ ଏକ ବିଶାଳ ଶୋଭାଯାତ୍ରାରେ ତାଙ୍କୁ ନବୀନ ନିବାସ ପର୍ଯ୍ୟନ୍ତ ପାଛୋଟି ନିଆଯିବ । ଦଳର ରଜତ ଜୟନ୍ତୀ ବର୍ଷରେ ମୁଖ୍ୟମନ୍ତ୍ରୀଙ୍କୁ ଏହି ସମ୍ମାନ ଦଳୀୟ କର୍ମୀ ଓ କର୍ମକର୍ତ୍ତାଙ୍କୁ ଉତ୍ସାହିତ କରିଛି । ଦଳ ମଧ୍ୟରେ ଏକ ଉତ୍ସବ ପରି ପରିବେଶ ସୃଷ୍ଟି ହୋଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେବା ନିମନ୍ତେ ରାଜ୍ୟର କୋଣ ଅନୁକୋଣରୁ ବହୁ କର୍ମୀ ଆସିଛନ୍ତି। ଏକାଧିକ ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତପୂର୍ବକ ଗୋଟିପୁଅ, ଯୋଡ଼ିଶଙ୍ଖ, ଢେମେସା, ସମ୍ୱଲପୁରୀ ଏବଂ ପାରମ୍ପରିକ ବାଜା ଓ ସଙ୍ଗୀତ ପରିବେଷଣ କରାଯାଉଛି।
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଦାୟିତ୍ୱକୁ କାନ୍ଧରେ ବୋହି ଓଡ଼ିଶାବାସୀଙ୍କ ସେବାରେ ନିଜକୁ ନିୟୋଜିତ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂରଣ କରିଛନ୍ତି ରାଜନୀତିରେ ୨୫ ବର୍ଷର ବିରଳ ଯାତ୍ରା। ଓଡ଼ିଶାକୁ ଦେଶର ସବୁଠୁ ଆର୍ଥିକ ସ୍ୱଚ୍ଛଳ ଓ ଶୀର୍ଷ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ବିଜୁଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ତାଙ୍କର ଦୀର୍ଘ ସାଧନା ଓଡ଼ିଶାରେ ଆଣିଛି ରୂପାନ୍ତରଣ। ଦୀର୍ଘ ୨୫ ବର୍ଷର ରାଜନୈତିକ ଯାତ୍ରାରେ ରାଜନୀତି, ସରକାର, କ୍ଷମତାର ସଂଜ୍ଞାକୁ ଭିନ୍ନ ଭାବରେ ପ୍ରଦର୍ଶିତ କରିଛନ୍ତି ସେ। ପରିଣତିସ୍ୱରୂପ ଏକ ସମୟରେ ନକାରାତ୍ମକ ରାଜକୋଷୀୟ ସ୍ଥିତିରୁ ମୁକୁଳି ଓଡ଼ିଶା ଏକ ରାଜସ୍ୱ ବଳକା ରାଜ୍ୟରେ ପରିଣତ ହୋଇଛି। ଭୋକର ଭୂଗୋଳ କଳାହାଣ୍ଡିକୁ ନେଇ ଚର୍ଚ୍ଚାରେ ଥିବା ଓଡ଼ିଶା ସମ୍ପ୍ରତି ଦେଶର ଅନ୍ୟତମ ବୃହତ୍ତମ ଖାଦ୍ୟ ଉତ୍ପାଦନକାରୀ ରାଜ୍ୟ ପାଲଟିଛି। ରାଜ୍ୟର ସାଢ଼େ ଚାରିକୋଟି ଜନସାଧାରଣଙ୍କ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ ହୋଇଛି। ଦେଶର ତୃତୀୟ ବୃହତ୍ ଧାନ ଉତ୍ପାଦନ ରାଜ୍ୟରେ ଓଡ଼ିଶା ପରିଣତ ହୋଇପାରିଛି। ଯେଉଁଥି ପାଇଁ ମୁଖ୍ୟମନ୍ତ୍ରୀଙ୍କ ବିଗତ କିଛି ବର୍ଷ ହେବ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ସମ୍ମାନଜନକ ପୁରସ୍କାର ମିଳିବାରେ ଲାଗିଛି। ବିଗତ ଦିନରେ ମିଳିଥିବା କିଛି ସମ୍ମାନ …