ନୂଆଦିଲ୍ଲୀ: ମାଡ୍ରାସ ହାଇକୋର୍ଟ ଏକ ମନ୍ତବ୍ୟରେ କହିଛନ୍ତି ଯେ, କିଛି କଣ୍ଡୋମ ବିଜ୍ଞାପନଗୁଡିକ ସାଟେଲାଇଟ ଟିଭି ଚ୍ୟାନେଲରେ ଯେଉଁଭଳି ଦେଖାନ୍ତି; ଯେପରି ଅଶ୍ଳୀଳ ଭିଡିଓ ଆମେ କହିପାରିବା, ତାହା ଯୁବପିଢୀଙ୍କ ମନକୁ ବେଶି ପ୍ରଭାବିତ କରେ ବୋଲି କୋର୍ଟ କହିଛନ୍ତି । ବିଶେଷ ଭାବରେ ବିଜ୍ଞାପନଗୁଡିକରେ ମହିଳାମାନଙ୍କୁ ଯେଉଁଭଳି ଚିତ୍ରଣ କରାଯାଏ, ତାହା ବେଶିମାତ୍ରାରେ ପ୍ରଭାବ ପକାଏ । ବିର୍ଦ୍ଧୁନଗର ଜିଲ୍ଲାର କେ.ଏସ ଶାଗଦେବରାଜଙ୍କ ଦ୍ୱାରା ଦାୟର ହୋଇଥିବା ଏକ ପିଆଇଏଲ ମାମଲାର ଶୁଣାଣି ବେଳେ ଅଶ୍ଳୀଶ ତଥା ଅଶ୍ଳୀଳ ବିଷୟବସ୍ତୁ ପ୍ରସାରଣ ପାଇଁ କେବୁଲ ଅପରେଟର ତଥା ଟିଭି ଚ୍ୟାନେଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ତଥା ପାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ମାଗିଥିବା ବେଳେ କୋର୍ଟ ଏହା କହିଛନ୍ତି । ଜଷ୍ଟିସ ବି ପୁଗଲେନ୍ଧି ଓ ଏନ କିରୁବାରକନ କହିଛନ୍ତି ଯେ, ଅଧିକାଂଶ ଟିଭି ଚ୍ୟାନେଲ ରାତି ୧୦ଟା ପରେ ଏମିତି କିଛି ବିଜ୍ଞାପନ ପ୍ରସାରଣ କରନ୍ତି ଯେଉଁଥିରେ, ନଗ୍ନତା ରହିଥାଏ ଏବଂ କଣ୍ଡୋମର ଅଧିକ ବିକ୍ରୟ ପାଇଁ ସେମାନେ ଏହା ଟେଲିକାଷ୍ଟ କରିଥାନ୍ତି । ରିପୋର୍ଟ ଅନୁଯାୟୀ, କିଛି କଣ୍ଟେଣ୍ଟ କେବୁଲ ନେଟଓାର୍କ ରୁଲ, ୧୯୯୪ ଏବଂ କେବୁଲ ଟେଲିଭିଜନ ନେଟଓାର୍କ ଆକ୍ଟ ୧୯୯୫ ନିୟମ ଉଲ୍ଲଂଘନ ମଧ୍ୟ କରେ ।