23.1 C
Bhubaneswar
Saturday, October 19, 2024
Homeଓଡିଶାସୌରିକ ଯୁବ ମହୋତ୍ସବ ଉଦ୍ଘାଟିତ; ମଞ୍ଚରେ ସମ୍ମାନିତ ହେଲେ ୨୩ ପ୍ରଧାନୀ

ସୌରିକ ଯୁବ ମହୋତ୍ସବ ଉଦ୍ଘାଟିତ; ମଞ୍ଚରେ ସମ୍ମାନିତ ହେଲେ ୨୩ ପ୍ରଧାନୀ

ଯାଜପୁର: ସୌରିକ ଅଞ୍ଚଳର ଭାଇଚାରା ସ୍ବତନ୍ତ୍ର। ସମସ୍ତଙ୍କୁ ଏକ ସୂତ୍ରରେ ବାନ୍ଧି ବିକାଶର ବାଟ ଦେଖାଇବାରେ ଅଞ୍ଚଳବାସୀଙ୍କ ଅବଦାନ ଅତୁଳନୀୟ ବୋଲି କହିଛନ୍ତି ସୌରିକ ଯୁବ ମହୋତ୍ସବ ପ୍ରତିଷ୍ଠାତା ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ। ଓଡ଼ିଶା ଖଣି ନିଗମ(ଓଏମ୍‌ସି) କାଳିଆପାଣି ଷ୍ଟାଡିଅମ୍‌ରେ ଆଜି ନବମ ସୌରିକ ଯୁବ ମହୋତ୍ସବ ଉଦ୍‌ଘାଟନୀ ସଂଧ୍ୟାରେ ମନ୍ତ୍ରୀ ଶ୍ରୀ ଘଡ଼ାଇ ମୁଖ୍ୟଅତିଥି ଭାବେ ଯୋଗଦେଇ ଆଞ୍ଚଳିକ କଳା, ସଂସ୍କୃତି, କ୍ରୀଡ଼ା, ପରମ୍ପାରିକ ନୃତ୍ୟଗୀତକୁ ନେଇ ସୌରିକ ଏବେ ପରିପୁଷ୍ଟ ବୋଲି ବିବୃତି ରଖିଛନ୍ତି। ମହୋତ୍ସବ କମିଟି ସଂପାଦକ ନାରାୟଣ ଚନ୍ଦ୍ର ଧୀରଙ୍କ ପୌରହିତ୍ୟରେ ଅନୁଷ୍ଠିତ ସମାବେଶରେ ସୁକିନ୍ଦାଗଡ଼ ରାଜାସାହେବ ଭୂଦେବ ଭୂପତି ହରିଚନ୍ଦନ ମହାପାତ୍ର, ପଞ୍ଚାୟତ ସମିତି ଅଧ୍ୟକ୍ଷ ସଭାପତି ବିବେକାନନ୍ଦ ବୋଷ, ଯୁବ ସଭାପତି ସୁଜିତ ରାଉତ ପ୍ରମୁଖ ଅତିଥି ଭାବେ ଅତିଥିଭାବେ ସୌରିକର ସର୍ବାଙ୍ଗୀନ ଉନ୍ନତିରେ ଯୁବ ନେତୃତ୍ବର ମଙ୍ଗୁଆଳ ମନ୍ତ୍ରୀ ଶ୍ରୀ ଘଡ଼ାଇଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ। ମନ୍ତ୍ରୀ ଶ୍ରୀ ଘଡ଼ାଇ ଓ ରାଜାସ‌ାହେବ ୨୩ ପ୍ରଧାନୀ(ଗାଁ ମୁଖିଆ) ପଲ୍ଲୀ ସୌରିକ ସୂର୍ଯ୍ୟବଂଶୀ ଶବର ସମାଜରୁ ନୀଳେନ୍ଦ୍ର ପ୍ରଧାନ, ଅଙ୍ଗଦ ପ୍ରଧାନ, ନିଶାକର ପ୍ରଧାନ, ଶଙ୍କର୍ଷଣ ଦେହୁରୀ, ରାଜ କିଶୋର ପ୍ରଧାନ, ଇନ୍ଦ୍ରମଣି ପ୍ରଧାନ, ମହେଶ୍ବର ପ୍ରଧାନ, ନବ କିଶୋର ପ୍ରଧାନ ଓ ଦୀପକ ପ୍ରଧାନ, ଏବଂ ଗଣ୍ଡିଗଡ଼ ନବପଲ୍ଲୀ ସୂର୍ଯ୍ୟବଂଶ ଶବର ସାମଜରୁ ଶଙ୍କର୍ଷଣ ପ୍ରଧାନ, ଶଶଧର ପ୍ରଧାନ, ଶରତ ଚନ୍ଦ୍ର ପ୍ରଧାନ, ରମାକାନ୍ତ ଦେହୁରୀ, ଧନେଶ୍ବର ଦେହୁରୀ, ପିତବାସ ଦେହୁରୀ, ଋଷିଚନ୍ଦ୍ର ଦେହୁରୀ, ଗୋପିନାଥ ପ୍ରଧାନ, ଗୁଣନିଧି ପ୍ରଧାନ ଓ ଚୈତନ୍ୟ ଦେହୁରୀଙ୍କୁ ମଞ୍ଚରେ ସମ୍ମାନିତ କରାଯାଇଥିଲା। ସକାଳ ଖଣି ପ୍ରଭାବିତ ୧୦ ପଞ୍ଚାୟତ(କଅଁସ, କାଳିଆପାଣି, ରାଁସୋଳ, ଚିଙ୍ଗୁଡ଼ିପାଳ, କାଙ୍କଡ଼ପାଳ, କୁହିକା, ପିମ୍ପୁଡ଼ିଆ, ବନ୍ଧଗାଁ, ଦୁଧୁଯୋରୀ ଓ କିଆଝର)ର ପୃଥକ ପ୍ରଜ୍ଞାପନ ମେଢ଼ ଓ ଶୋଭାଯାତ୍ରା ମହୋତ୍ସବ ପଡ଼ିଆ ପହଞ୍ଚିଥିଲା। ମୁଖ୍ୟଅତିଥି ଶ୍ରୀ ଘଡ଼ାଇ ମହୋତ୍ସବ ପତାକା ଉତ୍ତୋଳନ କରି ଅଞ୍ଚଳବାସୀଙ୍କ ସେବା ପାଇଁ ସେ ସମର୍ପିତ ବୋଲି କହିଥିଲେ। ଜିଲ୍ଲା ପରିଷଦ ସଭ୍ୟା ଜେମା ଚାଖି, ଓଏମ୍‌ସି ବରିଷ୍ଠ ପ୍ରବନ୍ଧକ ଇଂ ମନୋଜ କୁମାର ସେଠୀ, ଇଂ ଗଣେଶ୍ବର ଭୂୟାଁ ଓ ଇଂ ପ୍ରଣୟ ପ୍ରଭଞ୍ଜନ ମହାପାତ୍ର, ଶ୍ରମିକନେତା ଭରତ ଚନ୍ଦ୍ର ମହାନ୍ତ, କାଳିଆପାଣି ସରପଞ୍ଚ ବିକାଶ କୁମାର ପାତ୍ର, ସମିତିସଭ୍ୟ ସାଲୁକା ହନହାଗା, ଶ୍ରମିକସଂଘ କାର୍ଯ୍ୟାଳୟ ସଂପାଦକ ଶାନ୍ତନୁ କୁମାର ଜେନା, କର୍ମଚାରୀ ସଂଘ ସଂପାଦକ ଗୋପବନ୍ଧୁ ଦାଶ, ସାଂଗଠନିକ ସଂପାଦକ ମଧୁସୁଦନ ପୃଷ୍ଟି, ଯୁବନେତା ଆଶିଷ କୁମାର ଜେନା, ଅଶୋକ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ସାଂସ୍କୃତିକ ସଂଧ୍ୟାରେ ପାଇକ ଆଖଡ଼ା ପରେ ଓଲିଉଡ଼ ଅଭିନେତା, କଳାକାର ଓ କଣ୍ଠଶିଳ୍ପୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking