19.1 C
Bhubaneswar
Sunday, November 24, 2024
Homeଦେଶ ବିଦେଶଦେଶବ୍ୟାପୀ କର୍ଫ୍ୟୁ ପରେ ବନ୍ଦ ହେଲା ସୋସିଆଲ ମିଡିଆ

ଦେଶବ୍ୟାପୀ କର୍ଫ୍ୟୁ ପରେ ବନ୍ଦ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ: ପଡୋଶୀ ରାଷ୍ଟ୍ର ଶ୍ରୀଲଙ୍କାରେ ଘୋଷଣା ହୋଇଛି ଲକଡାଉନ । ସାଧାରଣ ଜନତାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଦେଶରେ ୩୬ ଘଣ୍ଟିଆ କର୍ଫ୍ୟୁ ଜାରି କରିଛନ୍ତି ସରକାର । ଆଜି ସନ୍ଧ୍ୟାରୁ ଏହି କର୍ଫ୍ୟୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ସୋମବାର ସକାଳେ ଏହି କର୍ଫ୍ୟୁ ହଟାଇ ଦିଆଯିବ । ଦେଶରେ ଜରୁରୀକାଳୀନ ଘୋଷଣା ପରେ ଏମିତି ନିଷ୍ପତ୍ତି ନେଇଛନ୍ତି ସରକାର । ଏହା ସହିତ ଶ୍ରୀଲଙ୍କା ସରକାର ହିଂସାକାଣ୍ଡକୁ ରୋକିବା ପାଇଁ ସମସ୍ତ ପ୍ରକାରର ସୋସିଆଲ ମିଡିଆକୁ ବ୍ଲକ କରିଛନ୍ତି । ସୋସିଆଲ ମିଡିଆ ଦ୍ୱାରା ବିଭିନ୍ନ ପ୍ରକାରର ମିଥ୍ୟା ସୂଚନାର ପ୍ରସାର ହେବାର ଆଶଙ୍କା କରି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତି ପରେ ଫେସବୁକ୍, ଟ୍ୱିଟ୍ଟର, ଇନଷ୍ଟାଗ୍ରାମ ଏବଂ ଟିକଟକକୁ ବ୍ୟାନ କରି ଦିଆଯାଇଛି ।

ବର୍ତ୍ତମାନ ଐତିହାସିକ ଆର୍ଥିକ ସଙ୍କଟ ସହ ଲଢୁଥିବା ଶ୍ରୀଲଙ୍କା ଇନ୍ଧନ, ରୋଷେଇ ଗ୍ୟାସ ତଥା ଅନ୍ୟ ଆବଶ୍ୟକୀୟ ଜିନିଷ ପାଇଁ ଲୋକମାନେ ଖୁବ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ଶୁକ୍ରବାର ବିଳମ୍ବିତ ରାତିରେ ସ୍ୱତନ୍ତ୍ର ଗେଜେଟ ବିଜ୍ଞପ୍ତି ଜାରି କରି ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ । ତେବେ ଏହି ସମୟରେ ସାର୍ବଜନିକ ସୁରକ୍ଷା ବ୍ୟବସ୍ଥା ସହିତ ସଭିଙ୍କ ପାଇଁ ଆବଶ୍ୟକୀୟ ଜିନିଷ ଯୋଗାଇ ଦିଆଯିବ । ରାଷ୍ଟ୍ରପତି ରାଜପକ୍ଷେଙ୍କ ଆବାସ ଆଗରେ ଧାରଣା ଦେଇଥିବା ଗୋଷ୍ଠୀକୁ ଜାମିନ ମଞ୍ଜୁର କରିବା ପରେ ଏହି ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଛି । ତେବେ ସାଧାରଣ ଜନତା ସାମନା କରୁଥିବା ବିଭିନ୍ନ ଅସୁବିଧାର ସମାଧାନ କରିବା ପାଇଁ ଏହି ଦାରଣା ଦେଇଥିବା ଧାରଣାରତ ଗୋଷ୍ଠୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking