27.7 C
Bhubaneswar
Sunday, April 19, 2026
Homeଓଡିଶାଓଡ଼ିଶା ଗସ୍ତରେ ଦଶଟି ଦେଶର ସୋସିଆଲ୍‌ ମିଡ଼ିଆ ଇନ୍‌ଫ୍ଲୁଏନ୍ସର୍‌

ଓଡ଼ିଶା ଗସ୍ତରେ ଦଶଟି ଦେଶର ସୋସିଆଲ୍‌ ମିଡ଼ିଆ ଇନ୍‌ଫ୍ଲୁଏନ୍ସର୍‌

ଖଣ୍ଡଗିରି-ଉଦୟଗିରିରୁ ରଘରାଜପୁର ଓ କୋଣାର୍କ ପର୍ଯ୍ୟନ୍ତ 
ଓଡ଼ିଶାର ସମୃଦ୍ଧ ଐତିହ୍ୟ, ସଂସ୍କୃତି ଓ ପରମ୍ପରା ସହ ଓଡ଼ିଶାର ଆତିଥେୟତାରେ ଅଭିଭୂତ
ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ 
ସୂଚନା ଓ ଲୋକସମ୍ପର୍କ ବିଭାଗର ସୁସମନ୍ୱୟରେ ସଫଳ

ଭୁବନେଶ୍ୱର: ଭୂଟାନ, କାମ୍ବୋଡ଼ିଆ, ଲାଓସ୍‌, ମାଲେସିଆ, ମଙ୍ଗୋଲିଆ, ମ୍ୟାନ୍‌ମାର, ନେପାଳ, ସିଙ୍ଗାପୁର, ଥାଇଲାଣ୍ଡ ଓ ଭିଏତନାମ୍‌ରୁ ଏକ ସୋସିଆଲ୍‌ ମିଡ଼ିଆ ଇନ୍‌ଫ୍ଲୁଏସର ଏବଂ କଣ୍ଟେଣ୍ଟ କି୍ରଏଟରମାନଙ୍କର ଏକ ପ୍ରତିନିଧି ଦଳ ୧୬ରୁ ୧୯ ଅପ୍ରେଲ ୨୦୨୬ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସିଥିବାବେଳେ ଭାରତ ସରକାରଙ୍କର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଓ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ଉତ୍ତମ ସମନ୍ୱୟରେ ଏହି ଗସ୍ତ କାର୍ଯ୍ୟକ୍ରମ ସଫଳତାର ସହ ଶେଷ ହୋଇଛି । ଏହି ଦଳରେ ଟ୍ରାଭେଲ ବ୍ଲଗର୍‌, ଖାଦ୍ୟ ଓ ଲାଇଫ୍‌ ଷ୍ଟାଇଲ୍‌ ଇନ୍‌ଫ୍ଲୁଏନ୍ସର, େୱଲ୍‌ନେସ୍‌ ବ୍ଲଗର, ଐତିହ୍ୟ ଅନୁସନ୍ଧାନକାରୀ ଏବଂ ଡକୁ୍ୟମେଣ୍ଟାରୀ ନିର୍ମାତାମାନେ ସାମିଲ ଥିଲେ । ସେମାନେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଓ ପରମ୍ପରା ସହିତ ରାଜ୍ୟର ଉନ୍ନତି ଓ ପ୍ରଗତିମୂଳକ ପ୍ରୟାସଗୁଡ଼ିକୁ ଅତି ନିକଟରୁ ପରଖିବା ସହ ଅନୁଭବ କରିବାର ସୁଯୋଗ ଲାଭ କରିଥିଲେ । ଦଳର ସଦସ୍ୟମାନେ ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା ପରିଦର୍ଶନ କରି ପ୍ରାଚୀନ କଳିଙ୍ଗ ଇତିହାସ, ଜୈନ ଧର୍ମର ମହାନ ପରମ୍ପରା ଓ ଏହାର ନିର୍ମାଣ ଶୈଳୀ ସମ୍ପର୍କରେ ଅବଗତ ହୋଇଥିଲେ । ସେମାନେ ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ କରି ସେଠାରେ ନିର୍ମାଣ ଓ ପ୍ରଯୁକ୍ତି ବିଦ୍ୟା, ମେକାଟ୍ରୋନିକ୍ସ ପରି କ୍ଷେତ୍ରରେ ଅନ୍ତର୍ଜାତୀୟ ମାନ ଅନୁସାରେ ଦିଆଯାଉଥିବା ଆଧୁନିକ ଦକ୍ଷତାମୂଳକ ପ୍ରଶିକ୍ଷଣ ବ୍ୟବସ୍ଥାକୁ ନିରୀକ୍ଷଣ କରିଥିଲେ । ଭର୍ଚୁଆଲ୍‌ ରିଅଲିଟି ଆଧାରିତ ପ୍ରଶିକ୍ଷଣ, ବୁ୍ୟଟି ଓ େୱଲ୍‌ନେସ୍‌ ଶିକ୍ଷା, ମେକାଟ୍ରୋନିକ୍ସ କାର୍ଯ୍ୟକଳାପଗୁଡ଼ିକୁ ପ୍ରାୟୋଗିକ ଭାବେ ଦେଖିବା ଓ ଅନୁଭବ କରିବାର ସୁଯୋଗ ପାଇଥିଲେ ।

ପରେ ସେମାନେ ରଘୁରାଜପୁରର ହେରିଟେଜ୍‌ କ୍ରାଫଫ ଭିଲେଜ୍‌ ଗସ୍ତ କରି  ପଟ୍ଟଚିତ୍ର ଚିତ୍ରକଳା ଓ ତାଳପତ୍ର ଖୋଦେଇ ପରି ପାରମ୍ପରିକ କଳାର ପ୍ରତ୍ୟକ୍ଷ ପ୍ରଦର୍ଶନ କରିବା ସହ କଳାକାରମାନଙ୍କ ସହ ଆଲୋଚନା କରିଥିଲେ । ଏହା ସହିତ ସେମାନେ ବିଶ୍ୱବିଖ୍ୟାତ କୋଣାର୍କ ସୂର୍ଯ୍ୟମନ୍ଦିରର ଅତୁଳନୀୟ କାରୁକାର୍ଯ୍ୟ ପରିଦର୍ଶନ କରି ଏହାର ରଥାକାର ନିର୍ମାଣ ଶୈଳୀ, ସୂକ୍ଷ୍ମ ଶିଳ୍ପକଳା ଓ ସୂର୍ଯ୍ୟ ଉପାସନାର ମହିମାକୁ ଅନୁଭବ କରିଥିଲେ । ଏହି ଅବସରରେ ଡିଜିଟାଲ୍‌ ଇନ୍‌ଫ୍ଲୁଏନ୍ସରମାନେ ସେମାନଙ୍କର ଅନୁଭବ ବ୍ୟକ୍ତ କରି କହିଲେ ଯେ ଓଡ଼ିଶାରେ ସେମାନଙ୍କର ଗସ୍ତର ଅଭିଜ୍ଞତା ଅତ୍ୟନ୍ତ ପ୍ରେରଣାଦାୟୀ ଓ ସ୍ମରଣୀୟ ହୋଇ ରହିବ । ଏଠିକାର ଆତିଥ୍ୟ, ସଂସ୍କୃତି, ପରମ୍ପରିକ ଖାଦ୍ୟ ଓ ଲୋକମାନଙ୍କର ଆତିଥ୍ୟତା ଓ ଅତ୍ମୀୟତା ସେମାନଙ୍କୁ ବହୁଳ ଭାବେ ପ୍ରଭାବିତ କରିଛି । ଆଗାମୀ ଦିନରେ ଏହିଭଳି କାର୍ଯ୍ୟକ୍ରମରେ ପୁନର୍ବାର ଯୋଗଦେବା ପାଇଁ ଆଶା ପ୍ରକଟ କରିବା ସହ ଓଡ଼ିଶାର ଏହି ମହାନ ପରମ୍ପରାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ସେମାନେ ଯଥା ସମ୍ଭବ ଚେଷ୍ଟାରତ ରହିବେ ବୋଲି ପ୍ରକାଶ କରିଥିଲେ । ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଅନୁଜ କୁମାର ଦାସପଟ୍ଟନାୟକଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଗସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ବିଭାଗୀୟ ଅଧିକାରୀମାନେ ସମନ୍ୱୟ ରକ୍ଷାପୂର୍ବକ ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking