25.1 C
Bhubaneswar
Saturday, February 7, 2026
Homeଖେଳଆହତ ଶ୍ରେୟଙ୍କା ସ୍ଥାନରେ ଆର୍‌ସିବିରେ ସ୍ନେହ ରାଣା

ଆହତ ଶ୍ରେୟଙ୍କା ସ୍ଥାନରେ ଆର୍‌ସିବିରେ ସ୍ନେହ ରାଣା

ବେଙ୍ଗାଲୁରୁ:ଡିଫେଣ୍ଡିଂ ଚାମ୍ପିଅନ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି)ର ସ୍ପିନର୍ ଶ୍ରେୟଙ୍କା ପାଟିଲ୍ ଆହତ କାରଣରୁ ମହିଳା ପ୍ରିମିୟର୍ ଲିଗ୍‌ର ତୃତୀୟ ସଂସ୍କରଣରୁ ବାଦ୍ ପଡ଼ିଛନ୍ତି। ବାମହାତୀ ଅଫ୍‌-ବ୍ରେକ୍ ସ୍ପିନର୍ ଶ୍ରେୟଙ୍କା ଆର୍‌ସିବି ପକ୍ଷରୁ ୧୫ ମ୍ୟାଚ୍ ଖେଳି ୧୯ ୱିକେଟ୍ ନେଇସାରିଛନ୍ତି। ଚଳିତ ସିଜନ୍ ପାଇଁ ତାଙ୍କୁ ଆର୍‌ସିବି ଟିମ୍‌ରେ ସାମିଲ କରିଥିଲେ ମଧ୍ୟ ସମୟ ପୂର୍ବରୁ ସେ ଆଘାତରୁ ସୁସ୍ଥ ହୋଇନଥିଲେ। ସୂଚନାଯୋଗ୍ୟ, ତାଙ୍କ ଗୋଡ଼ର ସମ୍ମୁଖ ଭାଗରେ ଆଘାତ ଲାଗିଥିଲା। ତାଙ୍କ ସ୍ଥାନରେ ଟିମ୍ ଅଲ୍‌ରାଉଣ୍ଡର୍ ସ୍ନେହ ରାଣାଙ୍କୁ ବାକି ସିଜନ୍ ପାଇଁ ଶନିବାର ଚୁକ୍ତିବଦ୍ଧ କରିଛି। ପୂର୍ବରୁ ଗୁଜରାଟ ଜାଏଣ୍ଟ୍‌ସ ପକ୍ଷରୁ ଖେଳିଥିବା ସ୍ନେହଙ୍କୁ ଆର୍‌ସିବି ୩୦ ଲକ୍ଷ ଟଙ୍କାରେ ନିଜ ସହ ସାମିଲ କରିଛି। ୨୦୨୪ରେ ଆର୍‌ସିବି ଟିମ୍‌ର ଟାଇଟଲ୍ ବିଜୟରେ ଶ୍ରେୟଙ୍କା ଜଣେ ପ୍ରମୁଖ ଖେଳାଳି ଥିଲେ। ଆଠ ମ୍ୟାଚ୍‌ରେ ୧୩ ୱିକେଟ୍ ଅକ୍ତିଆର ସହ ପର୍ପଲ୍ କ୍ୟାପ୍ ଜିତିଥିବା ଶ୍ରେୟଙ୍କା ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ଫାଇନାଲ୍‌ରେ ୪ଟି ୱିକେଟ୍ ନେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking