ଯାଜପୁର : ବନ୍ୟା କମିଯାଇଥିଲେ ମଧ୍ୟ ଲୋକମାନଙ୍କର ଦୁର୍ଦ୍ଦଶା କମିନାହିଁ । ତେଣୁ ଗତକାଲି କୋରେଇ ନର୍ବାଚନମଣ୍ଡଳୀ ଅନ୍ତର୍ଗତ ଗୋଳେଇପୁର ପଞ୍ଚାୟତର ବଡ଼ତ୍ରିଲୋଚନପୁର ଗ୍ରାମ ଏବଂ ଟିକର ପଞ୍ଚାୟତର ବିଭିନ୍ୟ ଗ୍ରାମରେ ରାଜ୍ୟ ମହିଳା କଂଗ୍ରେସର କାର୍ଯ୍ୟକାରୀ ସଭାନେତ୍ରୀ ଶ୍ରୀମତୀ ବନ୍ଦିତା ପରିଡ଼ା ଯାଇ ଲୋକମାନଙ୍କର ଅବସ୍ଥା ପଚାରିବା ସହ ଶୁଖିଲା ଖାଦ୍ୟ ଏବଂ ଜରିପାଲ ବନ୍ୟା ପ୍ରପୀଡ଼ିତ ଲୋକ ମାନଙ୍କୁ ବଣ୍ଟନ କରିଥିଲେ ।
ଏଥିରେ କଂଗ୍ରେସ ଦଳର ବରିଷ୍ଠ ନେତା ଏବଂ ଯୁବନେତା ଉପସ୍ଥିତ ରହି ସହଯୋଗ କରିଥିଲେ। କୋରେଇ ନର୍ବାଚନମଣ୍ଡଳୀ ଅନ୍ତର୍ଗତ ମୁଳାପାଳ ପଞ୍ଚାୟତର ଶାଳବା ଗ୍ରାମ ଏବଂ ମୁକୁନ୍ଦପୁର ପଞ୍ଚାୟତର ମଥୁରାପୁର ଗ୍ରାମରେ ଘରେ ଘରେ ବୁଲି ଲୋକମାନଙ୍କର ସୁବିଧା ଅସୁବିଧା ପଚାରି ବୁଝିବା ସହ ବନ୍ୟା ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ଓ ଜରୀ ପାଲ ବଣ୍ଟନ କରିଥିଲେ ରାଜ୍ୟ ମହିଳା କଂଗ୍ରେସର କାର୍ଯ୍ୟକାରୀ ସଭାନେତ୍ରୀ ଶ୍ରୀମତୀ ବନ୍ଦିତା ପରିଡ଼ା ।