ଭୁବନେଶ୍ୱର: ରାଜ୍ୟରେ ଶୀତ ପ୍ରକୋପ ସାମାନ୍ୟ କମିଛି । ସେମିଳିଗୁଡାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୫.୨ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୬.୫ ଡିଗ୍ରୀ ରହିଛି । ଏଥିସହ ଦାରିଙ୍ଗିବାଡି ଓ ଫୁଲବାଣୀରେ ୭ ଡିଗ୍ରୀ , ଝାରସୁଗୁଡାରେ ୯.୮ ଡିଗ୍ରୀ ଲେଖାଏଁ ରାତି ତାପମାତ୍ରା ରେକର୍ଡ ହୋଇଛି । ଆସନ୍ତା ୬ରୁ ୭ ଦିନ ଯାଏଁ ରାଜ୍ୟରେ ଶୀତ ପ୍ରକୋପ ଏହିଭଳି ହିଁ ରହିବ । ଅନ୍ୟପଟେ ଗତକାଲି ରାତିରେ ରାଜଧାନୀର ସର୍ବନିମ୍ନ ତାପମାତ୍ରା ୧୪.୨ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ କଟକରେ ଥିଲା ୧୩ ଡିଗ୍ରୀ । ଆସନ୍ତାକାଲି ସୁନ୍ଦରଗଡ, କୋରାପୁଟ ଓ କନ୍ଧମାଳ ଜିଲ୍ଲାରେ ଘନ କୁହୁଡି ଦେଖାଯାଇପାରେ ।










