35.2 C
Bhubaneswar
Wednesday, April 8, 2026
Homeଓଡିଶାପୋଲ ତଳୁ ମିଳିଲା କଙ୍କାଳ

ପୋଲ ତଳୁ ମିଳିଲା କଙ୍କାଳ

ସୁନ୍ଦରଗଡ଼ : ପୋଲ ତଳୁ ମିଳିଲା କଙ୍କାଳ। ସୁନ୍ଦରଗଡ଼ କୋଇଡା ଥାନା କାଲଟା ଫାଣ୍ଡି ନିକଟସ୍ଥ ଜାତୀୟ ରାଜପଥ ପୋଲ ତଳୁ ଏକ କଙ୍କାଳ ଉଦ୍ଧାର କରିଛି କୋଇଡ଼ା ପୋଲିସ। ଫରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛି ଏବଂ ସେହି କଙ୍କାଳ ପାଖରେ ଏକ ବ୍ୟାଗ୍ ପଡ଼ି ରହିଛି। ଯେଉଁଥିରେ ୪୦ ବର୍ଷୀୟ କୋଇଡା ବ୍ଲକ୍ କୁସୁମଡିହି ଗାଁର ମନୋଜ ପାସୱାନ ନାମକ ବ୍ୟକ୍ତିଙ୍କ ଆଧାର କାର୍ଡ, ଫଟୋ ଓ ଅନ୍ୟାନ୍ୟ ଡକ୍ୟୁମେଣ୍ଟ ମିଳିଛି ସୁଚନାଯାୟୀ ମନୋଜ ପାସୱାନ ଛତିଶଗଡ଼ରୁ ଆସି କୁସୁମଡିହିରେ ବହୁ ବର୍ଷ ଧରି ରହୁଥିଲେ। ତେବେ ମନୋଜଙ୍କ ଏହି କଙ୍କାଳ ସହ କଣ ଲିଙ୍କ୍ ରହିଛି ନା ନାହିଁ ସେନେଇ ଅଧିକ ତଦନ୍ତ ଚଳାଇଛି ପୋଲିସ୍।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking