18.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶସୀକ୍ସସର୍ ସ୍ୱିପର

ସୀକ୍ସସର୍ ସ୍ୱିପର

ନୂଆଦିଲ୍ଲୀ: କୁହାଯାଏ ପଙ୍କରୁ ପଦ୍ମ ଫୁଟେ । ଶିଖରରେ ପହଞ୍ଚିବାକୁ ହେଲେ ଆମେ ଆମର ପୂର୍ବଜକୁ ଆଖି ସାମ୍ନାକୁ ଆଣିଥାଉ । ଏହାର ବହୁତ କିଛି ଉହାହରଣ ଆମେ ଜାଣିଛେ ସେ ଓଲିଉଡର ଫିଲ୍ମ ଦୁନିଆ ହେଉ କି ରାଜନୀତିର ଗଣିତ ପାଠ ହେଉ ସବୁଥିରେ ଆମେ ଆମର ପୂର୍ବପିଢୀକୁ ନେଇ ଆଗକୁ ଯାଇଥାଉ । କିନ୍ତୁ ବିନା କିଛି ବ୍ୟାଗ୍‌ରାଉଣ୍ଡର ସପୋଟରେ ଆଜି ଜଣେ ସିଖରରେ ପହଞ୍ଚିପାରିଛନ୍ତି ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତିö ଚଳିତ ଆଇପିଏଲରେ କ୍ରିକେଟର ରିଙ୍କୁ ସିଂଙ୍କୁ ନେଇ ଜୋରଦାର ଚର୍ଚ୍ଚା । ରିଙ୍କୁଙ୍କ ବିସ୍ଫୋରକ ବ୍ୟାଟିଂ ଏବେ ଖବରର ଶିରୋନାମା ପାଲଟିଛି । କୋଲକାତାକୁ ଦେଇଛନ୍ତି ଆଶ୍ଚର୍ଯ୍ୟଜନକ ଭେଟି । ତେବେ ଏହି ରିଙ୍କୁ ସିଂ କିଏ? ତାଙ୍କୁ ନେଇ ଏତେ ଚର୍ଚ୍ଚା କାହିଁକି ଜାଣନ୍ତୁ।

ଆଇପିଏଲ-୧୬ରେ ରବିବାର ହୋଇଥିବା ମ୍ୟାଚ ଗୁଜୁରାଟ ଏବଂ କୋଲକାତା ମଧ୍ୟରେ ହୋଇଥିଲା । ଏଥିରେ କୋଲକାତାକୁ ୨୯ ରନ ଆବଶ୍ୟକ ଥିଲା । ବୋଲର ୟଶ ଦୟାଲଙ୍କୁ ଶେଷ ୫ଟି ବଲରେ ୫ଟି ଛକା ମାରି ରିଙ୍କୁ ସିଂ ଗୁଜରାଟ ହାତରୁ ମ୍ୟାଚ୍ ଛଡ଼ାଇ ଆଣିଥିଲେ । ତାଙ୍କର ଏହି ଛକା ପାଇଁ ସେ ଆଜି ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ସୋସିଆଲ ମିଡିଆରେ ରିଙ୍କୁ ଛାଇ ଯାଇଛନ୍ତି ।ରିଙ୍କୁ ସିଂ ୧୨ ଅକ୍ଟୋବର ୧୯୯୭ ମସିହା ଉତ୍ତରପ୍ରଦେଶରେ ଜନ୍ମ ହୋଇଥିଲେ । ଏକ ଗରିବ ପରିବାରରେ ଜନ୍ମ ହୋଇଥିବା ରିଙ୍କୁଙ୍କ ବାପା ଗ୍ୟାସ ବିତରଣ କରି ପରିବାର ଚଳାଉଥିଲେ । ରିଙ୍କୁଙ୍କ ଭାଇ ଅଟୋ ଚଳାନ୍ତି। ପିଲାଟିବେଳୁ ରିଙ୍କୁଙ୍କର କ୍ରିକେଟ ପ୍ରତି ଦୁର୍ବଳତା ଥିଲା । ଯେଉଁଥିପାଇଁ ସେ ନବମ ଶ୍ରେଣୀରେ ଫେଲ ହୋଇଥିଲେ । କ୍ରିକେଟ ପାଇଁ ସେ ବାପାଙ୍କଠାରୁ ବହୁତ ମାଡ଼ ବି ଖାଇଛନ୍ତି । ମାଡ଼ ଖାଇ ବି ସେ ନିଜ ରୁଚିକୁ ପରିବର୍ତ୍ତନ କରି ନଥିଲେ ।  ଆଇପିଏଲ ଖେଳିବା ଓ ବିଶ୍ୱ ଦରବାରରେ ନିଜର ଛାପ ଛାଡ଼ିବା ରିଙ୍କୁଙ୍କ ପାଇଁ ଆଦୌ ସହଜ ନଥିଲା। କ୍ରିକେଟକୁ ନିଜର ପେଶା ଓ ନିଶା ଭାବେ ଗ୍ରହଣ କରିବା ରିଙ୍କୁ ପାଇଁ ଅତ୍ୟନ୍ତ କଷ୍ଟକର ଥିଲା। କୋଲକାତା ତାଙ୍କୁ ୫୫ ଲକ୍ଷ ଟଙ୍କାରେ କିଣିବା ପୂର୍ବରୁ ଜୀବନରେ ସେ କ୍ରିକେଟ ପାଇଁ ଅନେକ ସଂଘର୍ଷ କରିଥିଲେ। ଏକଦା ନିଜର ପେଟ ପୋଶିବା ପାଇଁ ସେ ଝାଡ଼ୁ ଓ ପୋଛା ମାରୁଥିଲେ। ପର ଘରେ କାମ କରି ଟଙ୍କା ରୋଜଗାର କରିବା ସହ ପରିବାରର ଋଣ ଶୁଝୁଥିଲେ। ରହିବା ପାଇଁ ତାଙ୍କ ପରିବାର ପାଖରେ ଭଲ ଘରେ ଖଣ୍ଡେ ମଧ୍ୟ ନଥିଲା। କ୍ରିକେଟରେ ସେ ଭଲ ପ୍ରଦର୍ଶନ କରିବାରୁ ବାପାଙ୍କ ମନୋଭାବ ବି ବଦଳିଥିଲା । ରିଙ୍କୁ ଜିତିଥିବା ବାଇକକୁ ନେଇ ବାପା ଗ୍ୟାସ ବିତରଣ କରୁଥିଲେ । ୧୬ ବର୍ଷ ବୟସରେ ରିଙ୍କୁ ଉତ୍ତରପ୍ରଦେଶ ପାଇଁ ଲିଷ୍ଟ- ଏ କ୍ରିକେଟରେ ପଦାର୍ପଣ କରିଥିଲେ । ଏକ ମ୍ୟାଚରେ ସେ ୮୭ ବଲରେ ୮୩ ରନ୍ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହା ପରେ ତାଙ୍କୁ ସୟଦ ମୁସ୍ତାକ ଅଲି ଟ୍ରଫି ପାଇଁ ଉତ୍ତରପ୍ରଦେଶ ଦଳରେ ସ୍ଥାନ ମିଳିଥିଲା । ୨୦୧୬-୧୭ ସିଜିନରେ ସେ ରଣଜୀରେ ପଦାର୍ପଣ କରିଥିଲେ । ଏହା ପରେ ରିଙ୍କୁ ଆଗକୁ ଆଗକୁ ସ୍ବପ୍ନ ଦେଖି ପୂରଣ କରିଚାଲିଛନ୍ତି । ୨୦୧୭ରେ ରିଙ୍କୁ ପଞ୍ଜାବ ପାଇଁ ଖେଳିଥିଲେ । ୨୦୧୮ରେ ତାଙ୍କୁ ୮୦ ଲକ୍ଷ ନିଲାମୀରେ କିଣିଥିଲା କୋଲକାତା । କିନ୍ତୁ ଏଥର ରିଙ୍କୁଙ୍କୁ ୫୫ ଲକ୍ଷ ଟଙ୍କାରେ କିଣାଯାଇଛି ।

ରିଙ୍କୁ ମ୍ୟାଚ୍ ପରେ କହିଛନ୍ତି, “ମୁଁ ନିଜ ଉପରେ ବିଶ୍ୱାସ ରଖିଥିଲି। ମୁଁ ନିଶ୍ଚିତ ମ୍ୟାଚ୍ ଶେଷ କରିବି ବୋଲି ପଣ କରିଥିଲି। ଗତବର୍ଷ ଲକ୍ଷ୍ନୌରେ ସମାନ ସ୍ଥିତି ସୃଷ୍ଟି ହୋଇଥିଲା। ସେତେବେଳେ କିନ୍ତୁ ମୁଁ ଫେଲ ମାରିଥିଲି। ଏଥର ମୁଁ ଅଧିକ କିଛି ଭାବି ନଥିଲି। କେବଳ ମ୍ୟାଚ୍ କେମିତି ଶେଷ କରିବି, ସେକଥା ଭାବିଥିଲି। ନିଜ ଉପରେ ରଖିଥିବା ବିଶ୍ୱାସ ଯୋଗୁ ମୁଁ ଗୋଟିଏ ପରେ ଗୋଟିଏ ଶଟ ମାରି ଚାଲିଥିଲି। ଶେଷ ବଲଟି ବ୍ୟାକ ଅପ ହ୍ୟାଣ୍ଡରୁ ଆସିଥିଲି। ମୁଁ ଏହାକୁ ବ୍ୟାକଫୁଟରେ ମାରି ଗ୍ରାଉଣ୍ଡ ବାହାରକୁ ପଠାଇ ଦେଇଥିଲି।”

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking