22.1 C
Bhubaneswar
Friday, February 13, 2026
Homeଓଡିଶା୬ ବର୍ଷ ବିତିଲା ମେସ୍କୋ ଖୋଲୁନି ; ଆର୍ôଥକ ଅନଟନରେ ବିସ୍ଥାପିତ ପରିବାର, କର୍ମଚାରୀ

୬ ବର୍ଷ ବିତିଲା ମେସ୍କୋ ଖୋଲୁନି ; ଆର୍ôଥକ ଅନଟନରେ ବିସ୍ଥାପିତ ପରିବାର, କର୍ମଚାରୀ

ଯାଜପୁରରୋଡ: ୬ ବର୍ଷ ବିତିଲା ମେସ୍କୋ କାରଖାନାରେ ତାଲା ଝୁଲୁଛି। ଆର୍ôଥକ କ୍ଷତି ଓ ବିଭିନ୍ନ ଆଳରେ କାରଖାନା ପଦାଧିକାରୀ ଉତ୍ପାଦନ ସମ୍ପୂର୍ଣ୍ଣ ବନ୍ଦ କରି ଦେଇଥିଲେ। ୨୦୦୦ରୁ ଊର୍ଦ୍ଧ୍ୱ ଶ୍ରମିକ, କର୍ମଚାରୀ ଦରମା ମିଳୁନି। ଫଳରେ ଦୀର୍ଘ ୬ ବର୍ଷ ହେଲା କାମ ହରାଇ ଆର୍ôଥକ ଅନଟନରେ ଗତି କରୁଛନ୍ତି। ବହୁବାର ଶ୍ରମିକ କର୍ମଚାରୀମାନେ ଏହାର ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ହେଲେ କାରଖାନା ଖୋଲିବା ପାଇଁ ମିଳିଛି ମିଥ୍ୟା ପ୍ରତିଶ୍ରୁତି। ବିଜେପି ସରକାର ଆସିବ ପରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ହୋଇଛି। ହେଲେ ଫଳ ଶୂନ। ତେବେ କାରଖାନା ପାଇଁ ଜମି ଘରବାରୀ ହରାଇ ନିଯୁକ୍ତି ପାଇଥିବା ବିସ୍ଥାପିତ ସଦସ୍ୟ ଏବେ ସର୍ବାଧିକ ଆର୍ôଥକ ଅନଟନରେ ଗତି କରୁଛନ୍ତି। ତେଣୁ ଏହାର ପ୍ରତିବାଦରେ ଶ୍ରମିକ – କର୍ମଚାରୀମାନେ ଆଜିର ଦିନଟିକୁ କଳା ଦିବସ ଭାବେ ପାଳନ କରିବା ଘଟଣା ପ୍ରଶାସନର ଚିନ୍ତା ବଢିଯାଇଛି କ୍ଷ କାରଣ ପୂର୍ବରୁ ବୈଠକ ପରେ ବୈଠକ ହୋଇଛି କ୍ଷ ପ୍ରଶାସନ ଏବଂ ମେସ୍କୋ ପଦାଧିକାରୀଙ୍କ ପ୍ରତିଶ୍ରୁତି ପଦାଧିକାରୀଙ୍କ ଫାଇଲ ତଳେ ଚାପି ହୋଇ ରହିଛି। ଯାହାକୁ ନେଇ ନିକଟରେ କାରଖାନାରେ ନିଯୁକ୍ତି ପାଇଥିବା ବିସ୍ଥାପିତ ସଦସ୍ୟ ଓ କଳିଙ୍ଗନଗର ମଜଦୁର ୟୁନିୟନର କର୍ମକର୍ତ୍ତାମାନେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନସଚିବ, ଶିଳ୍ପମନ୍ତ୍ରୀ, ଶିଳ୍ପ ସଚିବ, ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ପତ୍ର ମାଧ୍ୟମରେ ଅବଗତ କରିଥିଲେ। ହେଲେ ଏହାର ସମାଧାନ ପରିବର୍ତ୍ତେ ସମସ୍ତେ କୋମା ପାଲଟି ଯାଇଥିବା ପରି ମନେ ହେଉଛି। ଯାହାଫଳରେ ଆଜି ମେସ୍କୋ ଚାଲୁ କରିବା ଦାବିରେ ମେସ୍କୋ ଫାଟକ ସମ୍ମୁଖରେ କଳା ଦିବସ ପାଳନ କରିଛନ୍ତି। କଳିଙ୍ଗନଗର ମଜଦୁର ୟୁନିୟନ ମେସ୍କୋ ଶାଖା, ବିସ୍ଥାପିତ ପରିବାର ଓ କର୍ମଚାରୀମାନେ କାରଖାନା ମାଲିକ, ପ୍ରଶାସନ ଏବଂ ସରକାରଙ୍କ ଉପରେ ବର୍ଷିଛନ୍ତି। ଅପରପକ୍ଷରେ ମେସ୍କୋ ମାଲିକ କାରଖାନାର ରେଲୱେ ସାଇଡିଂକୁ ଭଡ଼ା ଦେଇ ମାଲାମାଲ ହେଉଥିବା ବେଳେ କାରଖାନା ପୁନଃ କାର୍ଯ୍ୟକ୍ଷମ ନ କରିବା ଘଟଣା ଏହା ପପ୍ରଶାସନିକ ଅଧିକାରୀଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି। ତେଣୁ ତୁରନ୍ତ କାରଖାନା ଚାଲୁ କରିବା ସମେତ କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ଦରମା ପ୍ରଦାନ, ଅବସରକାଳୀନ ଅର୍ଥ ରାଶି ପ୍ରଦାନ, ଲେବର କୋର୍ଟ ରାୟ ଅନୁସାରେ ଅର୍ଥ ରାଶି ପ୍ରଦାନ ଦାବିରେ ଆଜି ଶ୍ରମିକ ଓ କର୍ମଚାରୀମାନେ କଳାଦିବସ ପାଳନ କରିଥିବା କଳିଙ୍ଗନଗର ମଜଦୁର ୟୁନିଅନର ସଭାପତି ମହମ୍ମଦ ଯାହେଦ ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking