ଜର୍ମାନ : ୬ବର୍ଷର ଛୋଟ ପିଲାର ଇଚ୍ଛାକୁ ପୂରଣ କଲେ ୧୫ ହଜାର ବାଇକ୍ ଚାଳକ । ଗୋଟିଏ ରାସ୍ତାରେ ଏକାବେଳକେ ଗଡ଼ିଲା ୧୫ ହଜାର ବାଇକ୍ । ଆଉ ଏହି ବାଇକ୍ ଶୋ\’କୁ ଉପଭୋଗ କରିଥିଲେ ଜଣେ ଛୋଟ ପିଲା । ଯିଏକି ଏକ ଭୟଙ୍କର ରୋଗରେ ପୀଡିତ । ଶେଷ ଇଚ୍ଛାକୁ ପୂରଣ କରିବା ପାଇଁ ବାଇକ୍ ରାଇଡର୍ସଙ୍କ ଏହାହିଁ ଥିଲା ମିଳିତ ପ୍ରୟାସ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଜର୍ମାନୀରେ । ଜର୍ମାନୀର କିଲିଆନ୍ସାସ୍ । ବୟସ ମାତ୍ର ୬ ବର୍ଷ । ଦୁନିଆକୁ ଭଲକରି ଚିହ୍ନିବା ଆଗରୁ ମାଡ଼ିବସିଲା ଭୟଙ୍କର ରୋଗ । ସେ ଏବେ କର୍କଟ ରୋଗରେ ପୀଡିତ । ତେବେ କିଲିଆନଙ୍କ ଇଚ୍ଛାକୁ ପୂରଣ କରିବା ପାଇଁ ଆଗେଇ ଆସିଥିଲେ ୧୫ ହଜାର ବାଇକ୍ ଚାଳକ । କିଲିଆନ୍ଙ୍କ ବାପା ଜଣେ ଦକ୍ଷ ଗାଡ଼ି ଚାଳକ ତଥା ବାଇକ୍ ରାଇଡର୍ । ତାଙ୍କର ସ୍ଥାନୀୟ ୨୪ ବାଇକରଙ୍କୁ ନେଇ ଜର୍ମାନୀର ରୋଦାରଫେନ୍ରେ ଏକ ଗ୍ରୁପ୍ ରହିଛି । କିଲିଆନ୍ ମୋଟର ସାଇକେଲ୍କୁ ବହୁତ ପସନ୍ଦ କରେ । ଅନେକ ସମୟରେ ଟିଭିକୁ ବାଇକ୍ ଶୋରେ ଦେଖି ସେ ଖୁସି ହୋଇଯାଇଥାଏ । ଏପରିକି ସେ ନିଜେ ମଧ୍ୟ ଖେଳନା ବାଇକ୍କୁ ଚଲାଇ ଉପଭୋଗ କରିଥାଏ । ଏହାକୁ ଦେଖି ପରିବାର ଲୋକ ବାଇକ୍ ଶୋ ପାଇଁ ଅନ୍ଲାଇନ୍ ମାଧ୍ୟମରେ ଅନୁରୋଧ କରିଥିଲେ । ଘର ସମ୍ମୁଖ ଦେଇ ବାଇକ୍ ନେବା ପାଇଁ କିଛି ବାଇକରମାନଙ୍କୁ ଅନୁରୋଧ କରିଥିଲେ । ହେଲେ ତାଙ୍କ ପୁଅର ଖୁସି ପାଇଁ ଆଗେଇ ଆସିଥିଲେ ଅତିକମ୍ରେ ୧୫ ହଜାର ବାଇକ ଚାଳକ । ଯାହାକୁ ଦେଖି ସେ ଚକିତ ହୋଇଯାଇଥିଲେ । ଏନେଇ ଜଣେ ବାଇକ୍ କ୍ଲବ୍ର ସଦସ୍ୟ ରାଲ୍ଫ ଫିଚ୍ କହିଛନ୍ତି ଯେ, ଆମେ ଏହା ଜାଣିବା ପରେ କିଭଳି ୬ ବର୍ଷର ପିଲାଟିର ଇଚ୍ଛା ପୂରଣ କରିବୁ, ଏନେଇ ପ୍ରୟାସ ଆରମ୍ଭ କରିଥିଲୁ । କିଲିଆନ୍ଙ୍କ ପାଇଁ ଆଣେ କ୍ୟାମ୍ପେନ୍ ଆରମ୍ଭ କରିଥିଲୁ, ଯାହାର ନାଁ ଥିଲା ନଏଜ୍ ଫର୍ କିଲିଆନ୍ । ୧୫ ହଜାର ବାଇକର୍ ୩ଟି ଜାଗାରେ ଏକତ୍ରିତ ହୋଇଥିଲେ । ଯେତେବେଳେ କିଲିଆନ୍ର ସମ୍ମୁଖରେ ବାଇକ୍ରମାନେ ଅତିକ୍ରମ କଲା, ସେ ଖୁସିରେ ବିଭୋର ହୋଇଯାଇଥିଲା ।